କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବୋମା ବିସ୍ଫୋରଣ, ଅତିକମରେ 19 ମୃତ
ବୋଗୋଟା (କୋଲମ୍ବିଆ), 27 ଏପ୍ରିଲ (ହି.ସ.)। କୋଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଘଟିଥିବା ବୋମା ବିସ୍ଫୋରଣରେ କମ୍ ସେ କମ୍ 19 ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ପାଞ୍ଚ ଶିଶୁ ମଧ୍ୟ ରହିଛନ୍ତି। ଏହି ବିସ୍ଫୋରଣରେ 38ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣ
କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବୋମା ବିସ୍ଫୋରଣ,     ଅତିକମରେ 19 ମୃତ


ବୋଗୋଟା (କୋଲମ୍ବିଆ), 27 ଏପ୍ରିଲ (ହି.ସ.)। କୋଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ

ଘଟିଥିବା ବୋମା ବିସ୍ଫୋରଣରେ କମ୍ ସେ କମ୍ 19 ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ

ପାଞ୍ଚ ଶିଶୁ ମଧ୍ୟ ରହିଛନ୍ତି। ଏହି ବିସ୍ଫୋରଣରେ 38ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଘଟଣା

ଦେଶର ଦକ୍ଷିଣ-ପଶ୍ଚିମ କୋକା (କାଉକା) ଅଞ୍ଚଳର ପାନ-ଆମେରିକାନ ହାଇୱେରେ ଶନିବାର ଘଟିଥିଲା।

ଦେଶରେ 31 ମେରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି।

କୋଲମ୍ବିଆ ଓନ୍ ଡଟ୍ କମ୍ ଓ ସିଏନଏନ୍ର ଖବର ଅନୁଯାୟୀ, ସ୍ଥାନୀୟ

କର୍ତ୍ତୃପକ୍ଷ କହିଛନ୍ତି ଯେ ବ୍ୟସ୍ତ ସଡ଼କରେ ବୋମା ବିସ୍ଫୋରଣ ହେବାରୁ ଏହି ଘଟଣା ଘଟିଛି। ଏହି

ବିସ୍ଫୋରଣରେ କମ୍ ସେ କମ୍ 19 ଜଣଙ୍କ ମୃତ୍ୟୁ ଓ କମ୍ ସେ କମ୍ 38 ଜଣ ଆହତ ହୋଇଛନ୍ତି।

ମୃତକମାନଙ୍କ ମଧ୍ୟରେ ପାଞ୍ଚ ଶିଶୁ ମଧ୍ୟ ରହିଛନ୍ତି। କର୍ତ୍ତୃପକ୍ଷ ଏହାକୁ ଏକ ଆତଙ୍କବାଦୀ

ଆକ୍ରମଣ ବୋଲି ସନ୍ଦେହ କରୁଛନ୍ତି। ଏହି ସପ୍ତାହାନ୍ତରେ ଘଟିଥିବା ଏହି ଆତଙ୍କୀ ଆକ୍ରମଣଗୁଡ଼ିକ

ଦେଶକୁ ଉଦ୍ବିଗ୍ନ କରିଦେଇଛି।

କାଉକାର ଗଭର୍ନର ଅକ୍ଟାଭିଓ ଗୁଜମାନ ଏକ୍ସ ପୋଷ୍ଟରେ କହିଛନ୍ତି, “ପାନ-ଆମେରିକାନ

ହାଇୱେର କାଜିବିଓର ଏଲ୍ ଟନେଲ୍ ଅଞ୍ଚଳରେ ସାଧାରଣ ଲୋକଙ୍କୁ ଲକ୍ଷ୍ୟ କରି ଏହି ବମ୍ ବିସ୍ଫୋରଣ

କରାଯାଇଛି।” ସୂଚନା ମିଳିବା ସହିତ କୋଲମ୍ବିଆର ରକ୍ଷାମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଘଟଣାସ୍ଥଳକୁ

ପହଞ୍ଚିଥିଲେ। ଗଭର୍ନର କହିଛନ୍ତି ଯେ ଗୁରୁତର ପରିସ୍ଥିତି ସମାଳୋଚନା ପାଇଁ ଜାତୀୟ ସ୍ତରରେ ଏକ

ସୁରକ୍ଷା ପରିଷଦ ଗଠନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande