ଆଜି ପ୍ରଧାନମନ୍ତ୍ରୀଙ୍କ ସିକିମ ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ
ନୂଆଦିଲ୍ଲୀ, ଏପ୍ରିଲ 27(ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ଠାରୁ ଦୁଇ ଦିନିଆ ସିକିମ ଗସ୍ତ କରିବେ, ଯେଉଁଠାରେ ସେ ରାଜ୍ୟର ୫୦ତମ ରାଜ୍ୟ ପ୍ରତିଷ୍ଠା ବର୍ଷ ସମାରୋହର ସମାପନ ସମାରୋହରେ ଯୋଗଦେବେ ଏବଂ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପରଉଦଘାଟନ, ଉତ୍ସର୍ଗ ଏବଂ
ଆଜି ପ୍ରଧାନମନ୍ତ୍ରୀଙ୍କ ସିକିମ ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ


ନୂଆଦିଲ୍ଲୀ, ଏପ୍ରିଲ 27(ହି.ସ)- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଆଜି ଠାରୁ ଦୁଇ ଦିନିଆ ସିକିମ ଗସ୍ତ କରିବେ, ଯେଉଁଠାରେ ସେ ରାଜ୍ୟର ୫୦ତମ ରାଜ୍ୟ ପ୍ରତିଷ୍ଠା ବର୍ଷ ସମାରୋହର ସମାପନ ସମାରୋହରେ ଯୋଗଦେବେ ଏବଂ ୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପରଉଦଘାଟନ, ଉତ୍ସର୍ଗ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ସେ ଏପ୍ରିଲ ୨୭ ରେ ଅପରାହ୍ନପ୍ରାୟ ୩ଟାରେ ଗ୍ୟାଙ୍ଗଟକ୍ ପହଂଚିବେ । ୨୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକ୍ ସ୍ଥିତ ଅର୍କିଡାରିୟମ୍ପରିଦର୍ଶନ କରିବେ, ଯେଉଁଠାରେ ରାଜ୍ୟର ଜୈବିକ ଏବଂ ପୁଷ୍ପ ଐତିହ୍ୟକୁ ପ୍ରଦର୍ଶିତ କରିବା ପାଇଁଅତ୍ୟାଧୁନିକ 'ସ୍ୱର୍ଣ୍ଣଜୟନ୍ତୀ ମୈତ୍ରୀ ମଞ୍ଜରୀ ପାର୍କ' ବିକଶିତ କରାଯାଇଛି ।

ଏହାପରେ ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ରାଜ୍ୟର୫୦ତମ ବର୍ଷର ଉଦଯାପନୀ ଉତ୍ସବରେ ଯୋଗଦେବେ ଏବଂ ଜନସଭାକୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ସାରାରାଜ୍ୟରେ ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଲୋକାର୍ପଣ ଏବଂ ଭିତିପ୍ରସ୍ତର ସ୍ଥାପନ କରିବେ ।ଏହି ପ୍ରକଳ୍ପଗୁଡ଼ିକ ଭିତିଭୂମି, ସଂଯୋଗ, ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ସହରାଂଚଳ ବିକାଶ, ପରିବେଶ,ପର୍ଯ୍ୟଟନ ଏବଂ କୃଷି ଭଳି ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ।

ଏହା ପରେ ପ୍ରଧାନମନ୍ତ୍ରୀ ନାମଚି ଜିଲ୍ଲାର ୟାଙ୍ଗାଙ୍ଗରେ ୧୦୦ ଶଯ୍ୟାବିଶିଷ୍ଟ ଆୟୁର୍ବେଦ ଡାକ୍ତରଖାନାର ଭିତିପ୍ରସ୍ତର ସ୍ଥାପନ କରିବେ । ସେ ଏନ୍. ଆଇ. ଟି. ଦେଓରାଲିରେ ୩୦ଶଯ୍ୟା ବିଶିଷ୍ଟ ସମନ୍ୱିତ ସୋୱା-ରିଗ୍ପା ଡାକ୍ତରଖାନାର ମଧ୍ୟ ଉଦଘାଟନ କରିବେ, ଯାହା ପାରମ୍ପରିକ ଔଷଧସେବାକୁ ପ୍ରୋତ୍ସାହନ ଦେବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande