ପଶ୍ଚିମ ଏସିଆ ସଂଘର୍ଷ ମଧ୍ୟରେ ୟୁଏଇରେ ଆଇରନ ଡୋମ ମୁତୟନ କଲା ଇସ୍ରାଏଲ, ବଢିଲା ସାମରିକ ସହଯୋଗ
ଆବୁଧାବି, 27 ଏପ୍ରିଲ (ହି.ସ.)। ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ ମଧ୍ୟରେ ଇସ୍ରାଇଲ୍ ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ରେ ତାହାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ‘ଆୟରନ ଡୋମ’ ନିୟୋଜନ କରିଛି। ରିପୋର୍ଟ ଅନୁସାରେ, ଇରାନ ସହିତ ଚାଲୁଥିବା ସଂଘର୍ଷ ସମୟରେ ଏହି ପଦକ୍ଷେପ ଗ୍
ପଶ୍ଚିମ ଏସିଆ ସଂଘର୍ଷ ମଧ୍ୟରେ ୟୁଏଇରେ ଆଇରନ ଡୋମ ମୁତୟନ କଲା     ଇସ୍ରାଏଲ, ବଢିଲା ସାମରିକ ସହଯୋଗ


ଆବୁଧାବି, 27 ଏପ୍ରିଲ (ହି.ସ.)। ପଶ୍ଚିମ ଏସିଆରେ ବଢୁଥିବା ସଂଘର୍ଷ ମଧ୍ୟରେ

ଇସ୍ରାଇଲ୍ ସଂଯୁକ୍ତ ଆରବ ଏମିରେଟସ୍ (ୟୁଏଇ) ରେ ତାହାର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ

‘ଆୟରନ ଡୋମ’ ନିୟୋଜନ କରିଛି। ରିପୋର୍ଟ ଅନୁସାରେ, ଇରାନ ସହିତ ଚାଲୁଥିବା ସଂଘର୍ଷ ସମୟରେ ଏହି ପଦକ୍ଷେପ ଗ୍ରହଣ

କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତି ଇସ୍ରାଇଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓ ୟୁଏଇର

ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ନିଆଯାଇଛି। ଏହା ଅନୁସାରେ, ଇସ୍ରାଇଲି ସେନା

କେବଳ ଆୟରନ ଡୋମ ସିଷ୍ଟମ ନୁହେଁ, ଇଣ୍ଟରସେପ୍ଟର ଟିମ୍ ମଧ୍ୟ ଯୁଏଇରେ ନିୟୋଜନ କରିଛି।

ଜଣାପଡ଼ୁଛି ଯେ, ସଂଘର୍ଷ ସମୟରେ ଇରାନ ୟୁଏଇକୁ ଲକ୍ଷ୍ୟ କରି ବହୁ ସଂଖ୍ୟକ ମିସାଇଲ ଓ

ଡ୍ରୋନ ଆକ୍ରମଣ କରିଥିଲା।

ୟୁଏଇ

ଦାବି କରିଛି ଯେ, ସେମାନେ

ଅଧିକାଂଶ ଆକ୍ରମଣକୁ ଆକାଶରେ ହିଁ ନିଷ୍କ୍ରିୟ କରିଦେଇଥିଲେ, ଯଦିଓ କିଛି ଆକ୍ରମଣ ସାମରିକ

ଓ ସାଧାରଣ ଲକ୍ଷ୍ୟସ୍ଥଳକୁ ପହଞ୍ଚିବାରେ ସଫଳ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande