
ଖୋର୍ଦ୍ଧା, ୦୩ ଏପ୍ରିଲ୍ (ହି.ସ.) - ସଦର ଥାନା ଅନ୍ତର୍ଗତ ଛତିପୁର ଖେଳ ପଡ଼ିଆ ନିକଟରେ ପୋଲିସ ଚଢ଼ଉ କରି ୫୧ ଗ୍ରାମ୍ ବ୍ରାଉନସୁଗାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ମାନେ ହେଲେ, ଗଞ୍ଜାମ ବିଜିପୁରର ସୁଧୀର ଚୌଧୁରୀ, ଗଞ୍ଜାମ ଟାଉନ ଥାନା ମୋଚିସାହିର ଏସ୍.କେ. ଆସିଫ ଓ ଜଟଣୀ ତିରିମଲ୍ଲର ପୂର୍ଣ୍ଣଚନ୍ଦ୍ର ମହାନ୍ତି। ଏମାନଙ୍କ ଠାରୁ ପୋଲିସ ତିନିଟି ମୋବାଇଲ୍ ଓ ଗୋଟିଏ ବୁଲେଟ୍ ଗାଡ଼ି (ଓଡି ୦୨ବିକେ-୬୬୦୧) ଜବତ କରିଛି। ଖୋର୍ଦ୍ଧା ସଦର ଥାନା କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ବାସୁଦେବ ଜୟସିଂହ ଏନେଇ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ରାକେଶ