ଓଡିଶା ଅମଲା ସଙ୍ଘ କୋରାପୁଟ ଜିଲ୍ଲା ଶାଖା ର ବୈଠକ
ଜୟପୁର, ୦୩ ଏପ୍ରିଲ୍ (ହି.ସ.) - ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀ ଜଗନ୍ନାଥ ମାଝୀ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ
ଅମଲା ସଙ୍ଘ ର ବୈଠକ


ଜୟପୁର, ୦୩ ଏପ୍ରିଲ୍ (ହି.ସ.) - ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଶ୍ରୀ ଜଗନ୍ନାଥ ମାଝୀ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶଶୀଭୂଷଣ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ସ୍ତରୀୟ ଅମଲା ମାନେ ଅବହେଳିତ ହୋଇ ରହୁଥିବାରୁ ସମସ୍ତ ଉପସ୍ଥିତ ଅମଲା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅପର ପକ୍ଷରେ ସରକାର ୨ ବର୍ଷ ପୁର୍ବରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର କ୍ୟାଡ଼ର ପୁନଃର୍ଗଠନ ନେଇ ଏକ ନିର୍ଧାରଣ ଜାରି କରିଥିଲେ ବର୍ତମାନ ସୁଦ୍ଧା ତାହା କାର୍ଯ୍ୟକାରି ବି ହୋଇ ପାରୁନାହିଁ ଯଦ୍ୱାରାକି ଜିଲ୍ଲା ସ୍ତରୀୟ ଅମଲା ମାନେ ପଦୋନ୍ନତି ପାଇବାରୁ ବଂଚିତ ହେବା ନେଇ ସମସ୍ତେ କ୍ଷୁବ୍ଧ ହୋଇଥିଲେ । ଏପଟେ ରାଜ୍ୟ ସଂଘ ନିରବଦ୍ରଷ୍ଟା ସାଜିଥିବା କାରଣକୁ ନେଇ ସମସ୍ତେ ପ୍ରଶ୍ନ କରିଥିଲେ । ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଆଗାମୀ ପଦକ୍ଷେପ ନିମନ୍ତେ ଓଡ଼ିଶା ଅମଲା ସଂଘ ର ଅମଲା ଚିନ୍ତନ କାର୍ଯ୍ୟକ୍ରମ ଆଦିବାସୀ ସଂଗ୍ରାହଳୟ କୋରାପୁଟ ଠାରେ ତା ୧୨.୦୪.୨୦୨୬ ରିଖ ଦିନ ୧୦ ଘଟିବା ସମୟରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଥିଲା ।

ସେହି ଦିନ ଓଡ଼ିଶା ଅମଲା ସଂଘ ର ରାଜ୍ୟ ନିର୍ବାଚନ ର ତାରିଖ ଓ ସ୍ଥାନ ଘୋଷଣା କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଶ୍ରୀ ଦାଶ୍ ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କୁ ଅନୁରୋଧ କରାଯାଇଥିଲା ସେ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଅମଲା ସଂଘର ରାଜ୍ୟ ନେତୃବୃନ୍ଦ ଓ ସମସ୍ତ ଜିଲ୍ଲାର ନେତୃବୃନ୍ଦ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରିବେ । ଏ ନେଇ ଶ୍ରୀ ଦାଶ୍ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କ ସମେତ ସମସ୍ତ ରାଜ୍ୟ ନେତୃବୃନ୍ଦ ଓ ସମସ୍ତ ଜିଲ୍ଲାର ନେତୃବୃନ୍ଦଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ନିମନ୍ତେ ଅନୁରୋଧ କରିବା ନେଇ ସୁଚନା ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande