ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅପିଲ୍
ସୁବର୍ଣ୍ଣପୁର, 03 ଏପ୍ରିଲ୍ (ହି.ସ.) ଭାରତ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଯାହାକି ୱେବସାଇଟକୁ ଯାଇ ନିଜେ ପଞ୍ଜିକରଣ କରିପାରିବେ । ଏହା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୫ ତା
ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅପିଲ୍


ସୁବର୍ଣ୍ଣପୁର, 03 ଏପ୍ରିଲ୍ (ହି.ସ.)

ଭାରତ ସରକାରଙ୍କ ଜନଗଣନା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଯାହାକି ୱେବସାଇଟକୁ ଯାଇ ନିଜେ ପଞ୍ଜିକରଣ କରିପାରିବେ । ଏହା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୧୬ ତାରିଖରୁ ମେ’ ମାସ ୧୫ ପର୍ଯ୍ୟନ୍ତ ଜନଗଣନା ଅଧିକାରୀମାନେ ଘରକୁ ଘର ଯାଇ ଜନଗଣନା କରିବେ । ଏହି ଅଧିକାରୀ ମାନଙ୍କୁ ସଠିକ୍ ବିବରଣୀ ପ୍ରଦାନ କରିବେ । କାରଣ ଏହା ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନର ଭିତ୍ତିଭୂମି ଭାବରେ କାମ କରିବ । ତେଣୁ ଏହି ଜନଗଣନା କାର୍ଯ୍ୟକ୍ରମରେ ଆମ ଜିଲ୍ଲାବାସୀ ସାମିଲ ହୋଇ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande