ଜିଲ୍ଲା ଓକିଲସଂଘ ନିର୍ବାଚନ : ଶପଥ ନେଲେ ସଭାପତି ସମ୍ପାଦକ
କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷହେବା ପରେ ଶୁକ୍ରବାର ଶପଥପାଠ ଉତ୍ସବ ମହା ଆଡମ୍ବରରେ ଜିଲ୍ଲା ଓକିଲସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଉଚ୍ଚ ନ୍ୟାୟାଳୟର
ଜିଲ୍ଲାଓକିଲସଂଘ ନିର୍ବାଚନ ଶପଥନେଲେସଭାପତିସମ୍ପାଦକ ।


କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷହେବା ପରେ ଶୁକ୍ରବାର ଶପଥପାଠ ଉତ୍ସବ ମହା ଆଡମ୍ବରରେ ଜିଲ୍ଲା ଓକିଲସଂଘ ନିର୍ବାଚନ ଅଧିକାରୀ ପ୍ରଭାତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ଉଚ୍ଚ ନ୍ୟାୟାଳୟର ସଭାପତି ଲଲାଟେନ୍ଦୁ ସମାନ୍ତରାୟ, ରାଜ୍ୟବାର୍ କାଉନ୍ସିଲ୍ ସଦସ୍ୟ ଦୀନେଶଚନ୍ଦ୍ରରାୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନବ ନିର୍ବାଚିତ ସଦସ୍ୟଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଶପଥପାଠ ଉତ୍ସବରେ ସଭାପତି ଭାବେ ରବି ନାରାୟଣ ମହାନ୍ତି, ସମ୍ପାଦକ ନିହାର ରଞ୍ଜନ ମହାପାତ୍ର ଓ ଉପସଭାପତି ଭାବେ ନୃସିଂହ ଚରଣ ରାଉତ, ଯୁଗ୍ମସମ୍ପାଦକ ଭାବେ ମନୋରଞ୍ଜନ ବେହେରା, ହରି ପ୍ରସାଦ କର, ଅତିରିକ୍ତ ଯୁଗ୍ମସମ୍ପାଦକ ଶ୍ରୀମତୀ ମମତାମୟୀ ସାମଲ, କୋଷାଧ୍ୟକ୍ଷ ଭାବେ ରାଜୀବ କୁମାର ପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀନ ଚକ୍ରବର୍ତୀ, ସଦସ୍ୟା ଶ୍ରୀମତୀ ମିନାକ୍ଷୀ ସାମନ୍ତରାୟ, ସଦସ୍ୟା ସଂଘମିତ୍ରା ମଳିକ ଶପଥ ନେଇଥିଲେ । ପୂର୍ବତନ ସଭାପତି ଗୋବର୍ଦ୍ଧନ ରାଉତ ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ରବି ନାରାୟଣ ମହାନ୍ତିଙ୍କୁ ଦାୟିତ୍ଵ ହସ୍ତାନ୍ତରକରିଥିଲେ । ସଭାପତି ଶ୍ରୀ ମହାନ୍ତି ଜିଲ୍ଲା ଓକିଲ ସଂଘର ଉନ୍ନତି ପାଇଁ ଉଦ୍ୟମ କରିବେ ବୋଲି ପ୍ରକାଶ କରିଥିଲେ । ସମସ୍ତ ନୂତନ କର୍ମକର୍ତା ଓ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜିବୀ ଭୀମସେନ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିବାବେଳେଏହି ଶପଥ ପାଠ ଉତ୍ସବରେ ବରିଷ୍ଠ ଆଇନଜିବୀ ଅକ୍ଷୟ ମହାନ୍ତି, ସରୋଜରାଜ ସିଂ, ଭାବଗ୍ରାହୀ ପତି, ନିରଞ୍ଜନ ବଳ, ଶାନ୍ତିସ୍ୱରୂପ ଭୂୟାଁ, ଗଗନ ଜେନାଙ୍କ ସମେତ ଜିଲ୍ଲା ଓକିଲ ସଂଘର ସମସ୍ତ ସଦସ୍ୟ ଓ କର୍ମକର୍ତା ଉପସ୍ଥିତ ଥିଲେ । ପରେ ଜିଲ୍ଲା ମୋହରିଆର୍ ସଂଘ ପକ୍ଷରୁ ନିର୍ବାଚିତ ହୋଇଥିବା ନୂତନ କର୍ମକର୍ତାଙ୍କୁ ସମ୍ମାନୀତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande