ଜନ ବିଶ୍ୱାସ (ସଂଶୋଧନ) ବିଲ୍ ଏକ ବୈପ୍ଳବିକ ପଦକ୍ଷେପ - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର , ୦୩ ଏପ୍ରିଲ (ହି.ସ)- ଜନ ବିଶ୍ୱାସ (ସଂଶୋଧନ) ବିଲ୍ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ‘ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୬’
mohan majhi


ଭୁବନେଶ୍ୱର , ୦୩ ଏପ୍ରିଲ (ହି.ସ)- ଜନ ବିଶ୍ୱାସ (ସଂଶୋଧନ) ବିଲ୍ ଏକ ବୈପ୍ଳବିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ‘ଜନ ବିଶ୍ୱାସ (ସଂଶୋଧନ) ବିଲ୍, ୨୦୨୬’ ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ଏକ ଆଇନଗତ ସଂଶୋଧନ ନୁହେଁ, ବରଂ ଏହା ନାଗରିକ ଓ ଶାସନ ମଧ୍ୟରେ ଥିବା ସମ୍ପର୍କକୁ ଅଧିକ ସରଳ ଓ ସୁଦୃଢ଼ କରିବାର ଏକ ନୂତନ ମାର୍ଗ। ୭୯ଟି କେନ୍ଦ୍ରୀୟ ଆଇନରେ ୭୮୪ଟି ବ୍ୟବସ୍ଥାର ସଂଶୋଧନ ଏବଂ ୧୦୦୦ରୁ ଅଧିକ ସାମାନ୍ୟ ବୈଷୟିକ ତ୍ରୁଟିକୁ ଅପରାଧମୁକ୍ତ କରିବା ନିଶ୍ଚିତ ଭାବେ 'ଇଜ୍ ଅଫ୍ ଲିଭିଂ' ଓ ' ଇଜ୍ ଅଫ୍ ଡୁଇଂ ବିଜନେସ୍ ' କୁ ନୂତନ ଶକ୍ତି ପ୍ରଦାନ କରିବ। ୨୩ଟି ମନ୍ତ୍ରଣାଳୟରେ ଏହି ସଂସ୍କାରର ବିସ୍ତାର ସାଧାରଣ ଜନତାଙ୍କ ପାଇଁ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସୁଗମ ଓ ସ୍ୱଚ୍ଛ କରିବ।

ଏକ ସଶକ୍ତ ଏବଂ ପ୍ରଗତିଶୀଳ ଭାରତ ଗଠନ ଦିଗରେ ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande