ଲିଙ୍ଗରାଜଙ୍କ ଗିରଫକୁ ନିନ୍ଦା କଲା ଲୋକତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ଅଭିଯାନ
ଝାରସୁଗୁଡ଼ା, ୩ ଅପ୍ରେଲ (ହି.ସ.)- ବିଶିଷ୍ଟ ଆଦିବାସୀ ନେତା ତଥା ସମାଜବାଦୀ ଜନ ପରିଷଦର ଜାତୀୟ ଉପାଧ୍ୟକ୍ଷ ଲିଙ୍ଗରାଜ ଆଜାଦ ଏବଂ ତାଙ୍କ ଦୁଇ ସହଯୋଗୀଙ୍କ ଗିରଫଦାରୀକୁ ଲୋକତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ଅଭିଯାନ ଦୃଢ ନିନ୍ଦା କରିଛି। ଅଭିଯାନ ପକ୍ଷରୁ ରାଷ୍ଟ୍ରୀୟ ସହ ସଂଯୋଜକ ଦୀପକ ଢୋଲକିଆ ଏବଂ କୋର୍
ଲିଙ୍ଗରାଜଙ୍କ ଗିରଫକୁ ନିନ୍ଦା କଲା ଲୋକତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ଅଭିଯାନ


ଝାରସୁଗୁଡ଼ା, ୩ ଅପ୍ରେଲ (ହି.ସ.)- ବିଶିଷ୍ଟ ଆଦିବାସୀ ନେତା ତଥା ସମାଜବାଦୀ ଜନ ପରିଷଦର ଜାତୀୟ ଉପାଧ୍ୟକ୍ଷ ଲିଙ୍ଗରାଜ ଆଜାଦ ଏବଂ ତାଙ୍କ ଦୁଇ ସହଯୋଗୀଙ୍କ ଗିରଫଦାରୀକୁ ଲୋକତାନ୍ତ୍ରିକ ରାଷ୍ଟ୍ର ନିର୍ମାଣ ଅଭିଯାନ ଦୃଢ ନିନ୍ଦା କରିଛି। ଅଭିଯାନ ପକ୍ଷରୁ ରାଷ୍ଟ୍ରୀୟ ସହ ସଂଯୋଜକ ଦୀପକ ଢୋଲକିଆ ଏବଂ କୋର୍ କମିଟି ସଦସ୍ୟ ଅନନ୍ତ ଏକ ମିଳିତ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ଯେ, ନିୟମଗିରିର ଆଦିବାସୀ ଡଙ୍ଗରିଆ କନ୍ଧଙ୍କ ହକ୍ ର ଲଢ଼େଇ କରି ଲିଙ୍ଗରାଜ ପୂର୍ବରୁ ଅନେକ ଥର ମିଛ କେସରେ ଜେଲ୍ ଯାଇଛନ୍ତି | ହେଲେ ଏଥର ମଧ୍ୟ ମିଛ କେସରେ ତାଙ୍କୁ ଫସାଇ ଜେଲରେ ପୂରାଇଛନ୍ତି। ତାଙ୍କ ସହ ସୁରେଶ ସଂଗ୍ରାମ ମଧ୍ୟ ବିନା ଦୋଷରେ ଗିରଫ ହୋଇ ଜେଲଦଣ୍ଡ ଭୋଗୁଛନ୍ତି। ରାଜ୍ୟ ସରକାରଙ୍କ ଉପନିବେଶବାଦୀ ନୀତି ବିରୋଧରେ ସ୍ବର ଉତ୍ତୋଳନ କରୁଥିବାରୁ ଏଭଳି ଆକ୍ରୋଶର ଶିକାର ହୋଇଛନ୍ତି। ତେଣୁ, ତୁରନ୍ତ ଉଭୟଙ୍କୁ ନିଃସର୍ତ ଖଲାସ କରିବାକୁ ଦୁଇ ନେତା ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande