ଗ୍ରୀଷ୍ମ ପୂର୍ବରୁ ପାଣି ସଙ୍କଟର ଭୟ, ୯ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନାହିଁ ପ୍ରକଳ୍ପ, ୬ ହଜାର ଲୋକ ପାଣି ପାଇଁ ହେଉଛନ୍ତି ହାହାକାର,ଟାଙ୍କୀ ଅଛି ପାଣି ନାହିଁ
ଭଦ୍ରକ, ୩ ଅପ୍ରେଲ (ହି.ସ.) - ସରକାରଙ୍କ ''ବସୁଧା ଯୋଜନା'' ରେ ଗ୍ରାମାଅଂଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଥିବା ସତ୍ୱେ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି। ପଂଚାୟତର ରାଧାବଲ୍ଲଭପୁର, ଝାଟିଆସାହି ଓ ଷୋଳଗାଁ ଗ୍ରାମରେ ପ୍ର
GRISMA PURBARU PANI SANKAT BHAYA


ଭଦ୍ରକ, ୩ ଅପ୍ରେଲ (ହି.ସ.) - ସରକାରଙ୍କ 'ବସୁଧା ଯୋଜନା' ରେ ଗ୍ରାମାଅଂଚଳରେ ଶୁଦ୍ଧ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଇଥିବା ସତ୍ୱେ ଧାମନଗର ବ୍ଲକ ରାଧାବଲ୍ଲଭପୁର ପଂଚାୟତରେ ଏହାର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି। ପଂଚାୟତର ରାଧାବଲ୍ଲଭପୁର, ଝାଟିଆସାହି ଓ ଷୋଳଗାଁ ଗ୍ରାମରେ ପ୍ରାୟ ୯ ବର୍ଷ ପୂର୍ବେ ନିର୍ମିତ ୩ଟି ୧ ଲକ୍ଷ ଲିଟର କ୍ଷମତାର ପାଣି ଟାଙ୍କି ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଇଁ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଯୋଜନା ଅନୁଯାୟୀ ଘରେ ଘରେ ପାଇପ୍ ବିଛାଇ ପାଣି ଯୋଗାଣ ହେବାକୁ ଥିଲା, କିନ୍ତୁ ଏହା କାଗଜରେ ହିଁ ସୀମିତ ରହିଗଲା।ସୂଚନା ଅନୁଯାୟୀ ଠିକା ନେଇଥିବା ସଂସ୍ଥା ପାଇପ୍ ବିଛାଇବା ଓ ଟେପ୍ ସଂଯୋଗ କାମ ଅସମ୍ପୂର୍ଣ୍ଣ ରଖିଥିଲେ ମଧ୍ୟ ପାନୀୟ ଜଳ ବିଭାଗ ପକ୍ଷରୁ ସମସ୍ତ ବିଲ ଦେୟ ପ୍ରଦାନ କରାଯାଇଛି ସୂଚନା ମିଳିଛି। ଏହାର ପରିଣାମରେ ଏପର୍ଯ୍ୟନ୍ତ କାହାରିକୁ ଟାଙ୍କିରୁ ଗୋଟିଏ ବାଲ୍ଟି ପାଣି ମଧ୍ୟ ଯୋଗାଣ ହୋଇନାହିଁ।ଏହାଠାରୁ ଅଧିକ ଚିନ୍ତାଜନକ ବିଷୟ ହେଲା ପାଣି ଯୋଗାଣ ବନ୍ଦ ଥିଲେ ମଧ୍ୟ ମୋଟର ଅପରେଟରଙ୍କୁ ନିୟମିତ ବେତନ ଦିଆଯାଉଥିବା କଥା ସାମ୍ନାକୁ ଆସିଛି, ଯାହା ଯୋଜନାରେ ଗୁରୁତର ଅନିୟମିତତାକୁ ସୂଚିତ କରୁଛି। ଏପରି ସ୍ଥିତିରେ ପୁରୁଣା ପ୍ରକଳ୍ପକୁ ସଚଳ କରାଯାଇନଥିବା ସତ୍ୱେ ରାଧାବଲ୍ଲଭପୁର ଗ୍ରାମର ସାହୁସାହି ଅଞ୍ଚଳରେ ପୁଣି ଏକ ସୋଲାର ଚାଳିତ ପାଣି ଟାଙ୍କି ନିର୍ମାଣ କାମ ଆରମ୍ଭ ହୋଇଛି। ଏହା ଠିକାଦାର ପୋଷଣ ଓ ସରକାରୀ ଟଙ୍କା ଅପଚୟ ନେଇ ସ୍ଥାନୀୟ ଲୋକଙ୍କ କହିଛନ୍ତି। ଏହି ପଂଚାୟତର ୧୦ ଟି ୱାର୍ଡ ଓ ବୟାଙ୍ଗିଡିହ ପଞ୍ଚାୟତର ୧ ଟି ୱାର୍ଡର ପ୍ରାୟ ୬ ହଜାର ଲୋକ ଆଜିବି ଶୁଦ୍ଧ ପାଣି ପାଇବାରୁ ବଂଚିତ ହେଉଛନ୍ତି। ଗ୍ରୀଷ୍ମଋତୁ ନିକଟାସନ୍ନ ହେଉଥିବା ବେଳେ ପାଣି ସମସ୍ୟା ଆହୁରି ବଢ଼ିବାର ଭୟ ସୃଷ୍ଟି ହୋଇଛି। ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଏହା ଗୁରୁତର ଜଳ ସଙ୍କଟର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।ତେବେ ସରକାରଙ୍କ ବସୁଧା ଯୋଜନା ଗ୍ରାମରେ କେବଳ ନାମମାତ୍ର ରହିଯାଇଥିବା ବେଳେ, ଏହି ଘଟଣା ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ଗଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଜିଏ ଏବେ ଦାଇତ୍ୱ ରେ ଅଛନ୍ତି ତାଙ୍କ ର ଦାଇତ୍ୱ ହୀନତା ଯୋଗୁ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। ତେବେ ସମସ୍ୟା ର ସମାଧାନ ଖୁବ ଶୀଘ୍ର ହେବ ବୋଲି ବିଭାଗୀୟ ଏସଡିଓ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande