ଚୁଆ ପାଣିରେ ମେଣ୍ଟୁଛି ଶୋଷ
ମାଲକାନଗିରି, ୩ ଅପ୍ରେଲ (ହି.ସ.)- ଜଳ ପାଇଁ ନାନାଦି ସମସ୍ୟା । ପାଣି ବୁନ୍ଦାଏ ପାଇଁ ମହିଳାଙ୍କୁ ଯିବାକୁ ପଡୁଛି ଗାଁ ପାଖ ଚୁଆକୁ । ଅନ୍ୟପଟେ ଦୂଷିତ ଜଳ ବ୍ୟବହାର ଦ୍ଵାରା ରୋଗରେ ପୀଡିତ ହେଉଛନ୍ତି ଲୋକେ । ଏହି ଦୃଶ୍ୟ ହେଉଛି କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଗୋପୀଗୁଡା ଗାଁ
ଗୋପୀଗୁଡା ଗ୍ରାମବାସୀ ଙ୍କ ଚୁଆ ପାଣିରେ ମେଣ୍ଟୁଛି ଶୋଷ


ଗୋପୀଗୁଡା ଗ୍ରାମବାସୀ ଙ୍କ ଚୁଆ ପାଣିରେ ମେଣ୍ଟୁଛି ଶୋଷ


ମାଲକାନଗିରି, ୩ ଅପ୍ରେଲ (ହି.ସ.)- ଜଳ ପାଇଁ ନାନାଦି ସମସ୍ୟା । ପାଣି ବୁନ୍ଦାଏ ପାଇଁ ମହିଳାଙ୍କୁ ଯିବାକୁ ପଡୁଛି ଗାଁ ପାଖ ଚୁଆକୁ । ଅନ୍ୟପଟେ ଦୂଷିତ ଜଳ ବ୍ୟବହାର ଦ୍ଵାରା ରୋଗରେ ପୀଡିତ ହେଉଛନ୍ତି ଲୋକେ । ଏହି ଦୃଶ୍ୟ ହେଉଛି କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଗୋପୀଗୁଡା ଗାଁ ର । ଏହି ଦୃଶ୍ୟ ବୟାନ କରୁଛି, ଜଳ ସମସ୍ୟା ଏଠିକାର ମୁଖ୍ୟ ସମସ୍ୟା ବୋଲି । ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରିନିଅନ୍ତି, କିନ୍ତୁ ଜଳ କଷ୍ଟ କଥା କହିଲେ ନସରେ ।

ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନଙ୍କୁ ଜଣେଇଲା ପରେ ବି ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛି ଗାଁ । ଗାଁରେ ମୋଟ୍ ୨୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଚୁଆ ପାଣି ହିଁ ଏକମାତ୍ର ଭରଷା । ଦୁଇ ବର୍ଷ ପୂର୍ବରୁ ଗାଁରେ ନଳକୂଅ ଖୋଳାଯାଇ ସୋଲାର ପାଣି ଦିଆଯାଇଥିଲା ତାହା ଗୋଟିଏ ମାସ ଚାଲିବା ପରେ ମୋଟର ପୋଡ଼ିଗଲା । ହେଲେ ଠିକାଦାର ମୋଟର ତିଆରି କରିବା ପାଇଁ ନେଇ ଆଜି ପର୍ଯ୍ୟନ୍ତ ଦେଖାନାହିଁ। ବର୍ତମାନ ସମୟରେ ନିକଟସ୍ଥ ଚୁଆ ପାଣିକୁ ଆଣି ବ୍ୟବହାର କରୁଛନ୍ତି ଗାଁ ଲୋକେ । ତାହାବି ବ୍ୟବହାର ପାଇଁ ଉପଯୋଗ ନଥିବା ବେଳେ, ବାଧ୍ୟ ହୋଇ ଦୂଷିତ ଜଳକୁ ରୋଷେଇ ଠାରୁ ଆରମ୍ଭ କରି ଗାଧୋଇବା, ଲୁଗା ସଫା ପାଇଁ ବ୍ୟବହାର କରିଥାନ୍ତି । ଫଳରେ ବର୍ଷ ସାରା ନାନାଦି ରୋଗରେ ପୀଡିତ ଥିବା କହିଛନ୍ତି ଗାଁ ବାସିନ୍ଦା । ଏହି ସମସ୍ୟା ବିଷୟରେ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରି ପରେ କୌଣସି ଫଳପ୍ରଦ ହୋଇନାହିଁ । ଖରା ଓ ଶୀତ ପାଗରେ ଗୋଟିଏ ସ୍ଥାନରୁ ଓ ବର୍ଷା ପାଗରେ ଆଉ ଗୋଟିଏ ସ୍ଥାନରୁ ପାଣି ସଂଗ୍ରହ କରି ଆଣିବାକୁ ପଡେ ଗୋପିଗୁଡା ବାସିନ୍ଦାଙ୍କୁ । ଶୁଖିଲା ପାଗରେ ଯେନତେନ ପ୍ରକାରେଣ କରି ଚଳିଯାନ୍ତି, କିନ୍ତୁ ବର୍ଷା ୪ ମାସ ନାହିଁ ନଥିବା ସମସ୍ୟାକୁ ସାମ୍ନା କରିବାକୁ ପଡେ । ଗାଁ ଠାରୁ ୬୦୦ ମିଟର ଦୂରକୁ ଯାଇ ମୁଣ୍ଡରେ ପାଣି ଭର୍ତ୍ତି ହାଣ୍ଡି ଧରି ବହୁ କଷ୍ଟରେ ତଳୁ ଉପରକୁ ଆସିବାକୁ ପଡେ । ତୁରନ୍ତ ବ୍ଲକ କତୃପକ୍ଷ ପକ୍ଷରୁ ଏହାର ସମାଧାନ କରିବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande