
ଖୋର୍ଦ୍ଧା, 03 ଏପ୍ରିଲ୍ (ହି.ସ.)ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାପତି ଯୁଧୁଷ୍ଠିର ସାହୁଙ୍କ ନେତୃତ୍ବରେ ୧୧ ଜଣିଆ ପ୍ରତିନିଧୂ ମଣ୍ଡଳୀ ଭୁବନେଶ୍ୱରସ୍ଥିତ ଆବାସିକ କାର୍ଯ୍ୟାଳୟଠାରେ ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ ଜଗଦେବଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟ ସରକାର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି କରିଥିବାରୁ ସଂଘ ଖୁସି ବ୍ୟକ୍ତ କରିଛି । ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ରହିଛି ମୂଳ ଗ୍ରେଡ଼ ପେ ୪୨୦୦ ଓ ଛଅ ବର୍ଷ ମୂଳ ଚାକିରି ଗଣନା ତତ୍ ସହିତ ଛଅ ବର୍ଷ ନୋସନାଲ ଇନ୍କ୍ରିମେଣ୍ଟ କିପରି ପ୍ରାଥମିକ ଶିକ୍ଷକଙ୍କୁ ଦିଆଯାଇପାରିବ ସେନେଇ ସରକାରଙ୍କ ଦୃଷ୍ଟିଗୋଚର କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ। ଶିକ୍ଷକମାନଙ୍କର ଦାବୀ ଉପରେ ଥିବା ଆଗାମୀ ରାଜ୍ୟ ସ୍ତରୀୟ ଆଲୋଚନାରେ ସମସ୍ୟାକୁ ଉତ୍ତ୍ଥାପନ କରିବା ସହିତ ସମାଧାନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ବିଧାୟକ ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟାକୁ ଉପଲବ୍ଧ କରି ଏହାର ଆଶୁ ସମାଧାନ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ ରଖୁବା ସହିତ ଶିକ୍ଷକମାନଙ୍କର ନ୍ୟାୟୋଚିତ ପ୍ରାପ୍ୟ ପାଇପାରିବେ ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲା ସମସ୍ୟା ବ୍ଲକ ସମସ୍ୟା ଯାହା ରହିଛି ତ୍ବରିତ୍ ପଦକ୍ଷେପ ଗ୍ରହଣ କରିବେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ଅମୀୟ କୁମାର ପରିଡ଼ା, ଜିଲ୍ଲା ସଭାପତି ଅଶୋକ କୁମାର ସେଠୀ, ସହସମ୍ପାଦକ ଜ୍ୟୋତିର୍ମୟୀ ନାୟକ, ରବି ନାରାୟଣ ପଣ୍ଡା, ପ୍ରଭାସିନି ବେହେରା, ନୃସିଂହମଣି ମଣି ବେହେରା, ରାମଚନ୍ଦ୍ର ବ୍ରହ୍ମା, ଗାୟତ୍ରୀ ବିଶ୍ଵାଳ, ପ୍ରତାପ ଚନ୍ଦ୍ର ସ୍ଵାଇଁ, ଜୟନ୍ତୀ ଦାସ ଓ ମାଧବ ଚନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ