କଂଟାବାଞ୍ଜି ବିଧାୟକ ହେଲେ ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ
ବଲାଙ୍ଗୀର, ୦୩ ଏପ୍ରିଲ୍(ହି.ସ.) – ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ଜିଲ୍ଲା ପାଇଁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି ମିଳିଥିବାବେଳେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବଲାଙ୍ଗୀର ଜିଲ୍ଲାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ବାଗ ଗୁରୁବାର ସନ୍ଧ୍ୟାରେ ପହଂଚିବା ପରେ କଂଟାବାଞ୍ଜି ଉପକଣ୍ଠସ୍ଥ
କଣ୍ଟାବାଞ୍ଜି ବିଧାୟକ ହେଲେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ


ବଲାଙ୍ଗୀର, ୦୩ ଏପ୍ରିଲ୍(ହି.ସ.) – ଓଡ଼ିଶା ସରକାରଙ୍କ ପ୍ରତ୍ୟେକ ଜିଲ୍ଲା ପାଇଁ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ନିଯୁକ୍ତି ମିଳିଥିବାବେଳେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ବଲାଙ୍ଗୀର ଜିଲ୍ଲାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ବାଗ ଗୁରୁବାର ସନ୍ଧ୍ୟାରେ ପହଂଚିବା ପରେ କଂଟାବାଞ୍ଜି ଉପକଣ୍ଠସ୍ଥ କୁର୍ଲି ଗ୍ରାମ ନିକଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍ ସହ କଂଟାବାଞ୍ଜି ଏନ୍.ଏ.ସି.ର ଭାଜପା କର୍ମକର୍ତା, ବିଭିନ୍ନ ମଣ୍ଡଳର କର୍ମକର୍ତା ସହସାମାଜିକ କର୍ମୀମାନେ ଏକ ବାଇକ୍ ରାଲିରେ ନଗର ପରିକ୍ରମା କରିଥିଲେ। ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିବା ପରେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳିର ଉନ୍ନତି ପାଇଁ ବିଧାୟକ ଶ୍ରୀ ବାଗ ଗୁରୁତ୍ୱ ଦେବେ ବୋଲି ନିଜର ମତ ଦେଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ଉପସଭାପତି ଶିବାଜି ମହାନ୍ତି, ଘାସିରାମ ଜୈନ, ଅର୍ଜନ ୟାଦବ, ଗଙ୍ଗାଧର ହେର୍ଣ୍ଣା, ଜିଲ୍ଲା ସରପଂଚ ସଂଘ ସଭାପତି ତଥା ତୁରେକେଲା ସରପଂଚ ଜଳନ୍ଧର ମହାକୁଡ଼, ସାଂସଦ ପ୍ରତିନିଧି ଅକ୍ଷୟ ମେହେର ସହ ହଜାର ସଂଖ୍ୟାରେ ସମର୍ଥକମାନେ ସାମିଲ ଥିଲେ। ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏସ୍.ଡି.ପି.ଓ. ଲକ୍ଷ୍ମୀନାରାୟଣ ମାରାଣ୍ଡି, ଆଇ.ଆଇ.ସି. ଗୋପାଳ ଚନ୍ଦ୍ର କର୍ଣ୍ଣ ସହ ପୋଲିସ ଫୋର୍ସ ମୁତୟନ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande