
ଭଦ୍ରକ, ୩ ଅପ୍ରେଲ (ହି.ସ.) - ଭଦ୍ରକ ର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ ରେ ଆଜି ସନ୍ଧ୍ୟା ରୁ ଆରମ୍ଭ ହେବ ଐତିହାସିକ ଘୋଡା ମେଳନ ଉତ୍ସବ। ରଙ୍ଗୀନ ଆଲୋକ ମାଳା , ଢୋଲ, ମହୁରୀ, ମାଦଳ ବାଜାରେ କୈବର୍ତ ମାହଲର ନୃତ୍ୟ ସାଙ୍ଗକୁ ଆତସବାଜି ର ଭରପୁର ଆନନ୍ଦ ଉଠାଇବେ ହଜାର ହଜାର ଭକ୍ତ। ଶାନ୍ତି ଶୃଙ୍ଖଳା ନିମନ୍ତେ ଭଦ୍ରକ ଉପ ଜିଲ୍ଲାପାଳ ତଥା ମନ୍ଦିର ମେନେଜିଙ୍ଗ ଟ୍ରଷ୍ଟି ସୌରଭ ଚକ୍ରବର୍ତୀ ଓ ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ମନ୍ଦିର ସେବାୟତ ଓ କୈବର୍ତ ମାହଲ ସହ ଆଲୋଚନା କରି କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ସନ୍ଧ୍ୟା ଠାରୁ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟ କ୍ରମ ପରେ ପରେ ଶୋଭାଯାତ୍ରା ରେ ଆସିବେ କୈବର୍ତ ମାହଲ। ଆହରପଦା ଘୋଡା ପ୍ରଥମେ ବାସୁଳି ମଣ୍ଡପ ରେ ବିଜେ କଲାପରେ, ବେଲଦ।( କ), ଶୁଶୁଅ।, ଗୁଆମାଳ, ତାଳ ପଦା ଓ ପରଦିନ ସକାଳୁ ସକାଳୁ ଗୋପଗଦା ଧର ପୁର, ମୋଡ଼ସାହି ଗୁଅମାଳ ଓ ଶେଷରେ ବିଜେ କରିବେ ବେଲଦ।( ଖ) ର ଘୋଡା। କୈବର୍ତ ମାନଙ୍କର ନୃତ୍ୟ, ହଜିଯାଉ ଥିବା ଲୋକ କଳ। ଘୋଡା ନୃତ୍ୟ କୁ ଦେଖିବା ନିମନ୍ତେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳେ ମା ଙ୍କ ପୀଠ ରେ। ମାଙ୍କ ମନ୍ଦିର ରେ ପୂଜା ରୀତି ନୀତି ଓ ଯଜ୍ଞ ନିମନ୍ତେ ସେବାୟତ ମାନଙ୍କ ଦ୍ୱାରା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜକୁ ଶହ ଶହ ବର୍ଷ ହେବ ମା ', ଙ୍କ ପୀଠ ରେ ଏହି ଘୋଡା ମେଳନ ପରମ୍ପରା ଅନୁଷ୍ଠିତ ହୋଇ ଆସୁଛି। କୈବର୍ତ ପୁରାଣ ଅନୁସାରେ ସ୍ୱୟଂ ନାରାୟଣ ନିଜ କର୍ଣ୍ଣ ର ମଳି କୁ ପାଣି ରେ ପକାଇଥିଲେ ଏବଂ ତାଙ୍କ ଇଚ୍ଛା ରେ ଉକ୍ତ ଜଳ ରାଶି ରୁ କୈବର୍ତ ଙ୍କ ଜନ୍ମ ହୋଇଥିଲା। ନାରାୟଣ ଙ୍କ ଇଚ୍ଛା ରେ ଏହି କୈବର୍ତ ସିଂହଳ ଦ୍ୱୀପ ର ରାଜା ହେବା ପରେ ତାକୁ ଡଙ୍ଗା ଓ ଏକ ଅଶ୍ୱ ପ୍ରଦାନ କରିଥିଲେ। ରାଜା ଏହି ଅଶ୍ୱ ରେ ବସି ବାଣିଜ୍ୟ ବ୍ୟବସାୟ କରୁଥିଲେ। କିଛି ଦିନ ପରେ ଅଶ୍ୱ ର ମୃତ୍ୟୁ ହେଲା। ଅଶ୍ୱ କୁ ନାରାୟଣ ବର ପ୍ରଦାନ କଲେ ଦୀର୍ଘ ଦିନ କୈବର୍ତ ମାନଙ୍କର ସେବା କରିଥିବାରୁ କୈବର୍ତ ମାନେ ଇଷ୍ଟ ଦେବୀ ରୂପେ ଅଶ୍ୱ କୁ ମା ବ।ସୁଳି ରୂପେ ପୁଜା କରିବେ। ସେହି ଦିନ ଠାରୁ ମା ବାସୁଳି ଙ୍କ ପୁଜା ହୋଇ ଆସୁଛି। ମା ଭଦ୍ରକାଳୀ ବାସୁଳି ଙ୍କ ପ୍ରତି ରୂପ ବୋଲି କୈବର୍ତ ମାନେ ଅତୁଟ ବିଶ୍ୱାସ କରନ୍ତି। କୈବର୍ତ ମାନେ ଚୈତ୍ର ମାସ ପୂର୍ଣ୍ଣମୀ ତିଥି ରେ ନଈ କିମ୍ୱା ପୋଖରୀ ମଧ୍ୟରୁ ମାଟି ଆଣି ଡଙ୍ଗା, ନାଉରୀ ଓ ଅଶ୍ୱ ର ମୂର୍ତି ତିଆରି କରି ପୁଜା କରିଥାନ୍ତି। ପୂର୍ଣ୍ଣିମା ର ତୃତୀୟଦିନ ମା ଭଦ୍ରକାଳୀ ଙ୍କ ପୀଠ କୁ ମା ବାସୁଳି ଙ୍କୁ ଶୋଭାଯାତ୍ରା ରେ ଆଣି ମେଳନ ରେ ବିଜେ କରିଥାନ୍ତି। ଘୋଡ଼ା ମେଳନ ର ଦିତୀୟ ଦିନ ଅପରାହ୍ନ ଠାରୁ ମା ଙ୍କ ସମ୍ମୁଖରେ ଆରମ୍ଭ ହୁଏ ଘୋଡା ଦ।ଣ୍ଡିଆ। ଏହି ଦାଣ୍ଡିଆ ଦେବା ପରେ ମା ଭଦ୍ରକାଳୀ ଙ୍କ ଆଶୀର୍ବାଦ ମାଳ ନେଇ ଫେରିଥାନ୍ତି କୈବର୍ତ ମାହଲ। ମା ଭଦ୍ରକାଳୀ ଙ୍କ ପୀଠ ରେ ଏହି ପୁରୁଣା ପରମ୍ପରା ସଂସ୍କୃତି କୁ ଯାକ ଯମକ ରେ ପାଳନ କରିବା ନିମନ୍ତେ ସମସ୍ତ ସେବାୟତ, ପୂଜକ, ସ୍ଥାନୀୟ ଗ୍ରାମ ବାସୀ ମାନେ ବିଭିନ୍ନ ଦାୟିତ୍ୱ ରେ ରହି କର୍ତବ୍ୟ ନିର୍ବାହ କରୁଛନ୍ତି। ଜିଲ୍ଲା ପ୍ରଶାସନ ଓ ସେବାୟତ କମିଟି ତରଫରୁ ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳ। ଓ ପୁଜା ନୀତି କାନ୍ତି ନିମନ୍ତେ ବାରମ୍ବାର ବୈଠକ ହୋଇ ନିଷ୍ପତି ଗ୍ରହଣ କରାଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ