ମହିଳାମାନଙ୍କ ପାଇଁ ଶକ୍ତିଶ୍ରୀ ସଚେତନତା ଶୋଭାଯାତ୍ରା
ଘଟଗାଁ, ୦୩ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରା ବାହାରି ତରା ପଂଚାୟତ ନାକଝରି ଗ୍ରାମରେ ପହଂଚିଥିଲା। ଏଠାରେଗ୍ରାମରନାରୀସଚେତନତା
ମହିଳାମାନଙ୍କ ପାଇଁ ଶକ୍ତିଶ୍ରୀ ସଚେତନତା ଶୋଭାଯାତ୍ରା


ଘଟଗାଁ, ୦୩ ଏପ୍ରିଲ୍ (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ପରିସରରୁ ଶୋଭାଯାତ୍ରା ବାହାରି ତରା ପଂଚାୟତ ନାକଝରି ଗ୍ରାମରେ ପହଂଚିଥିଲା।

ଏଠାରେଗ୍ରାମରନାରୀସଚେତନତାଉପରେ ଏକ ସଭା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଗୋବିନ୍ଦ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ନାରୀମାନେ କିପରି ବିକାଶ ପଥରେ ସାମିଲ ହେବେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଶକ୍ତିଶ୍ରୀ ସଶକ୍ତିକରଣ ବିଭାଗର ସଂଯୋଜିକା ଡକ୍ଟର ସୁରେଶବାଳା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେସମାଜସେବୀ ପଦ୍ମଲୋଚନ ବଳ, ଅଧ୍ୟାପିକାଅନୁପମା ବିଶ୍ୱକର୍ମା, ତ୍ରିଲୋଚନ ସାହୁ ପ୍ରମୁଖ ଅତିଥୀଭାବେ ଯୋଗଦେଇଥିଲେ। ନାରୀ ସଚେତନତା ଉପରେଏକ ନାଟକ ପରିବେଶଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande