ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ
ଜୟପୁର, ୦୩ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରେ ଜଳ କଷ୍ଟ । ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଏପ୍ରିଲ ଆରମ୍ଭରୁ ବଢୁଛି ଜଳକଷ୍ଟ, ପାଣି ମୁନ୍ଦାଏ ପାଇଁ ଢହଳବିକଳ ଗ୍ରାମବାସୀ । କେବଳ ଯେ ଖରା ଦିନେ ନୁହଁ ଏଠାରେ ବର୍ଷ ତମାମ ଲାଗିରହିଥାଏ ଜଳ ଯନ୍ତ୍ରଣା । ପାଣି ସମସ୍ୟା କୁ
ଆଜି ବି ଶୋଷ ମେଣ୍ଟାଉଛି ଛୁଆଁ ପାଣି, ଢହଳବିକଳ ପୂଜାରୀପୁଟ ଗ୍ରାମବାସୀ


ଜୟପୁର, ୦୩ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରେ ଜଳ କଷ୍ଟ । ଆଜି ବି ଶୋଷ ମେଂଟାଉଛି ଛୁଆଁ ପାଣି, ଏପ୍ରିଲ ଆରମ୍ଭରୁ ବଢୁଛି ଜଳକଷ୍ଟ, ପାଣି ମୁନ୍ଦାଏ ପାଇଁ ଢହଳବିକଳ ଗ୍ରାମବାସୀ । କେବଳ ଯେ ଖରା ଦିନେ ନୁହଁ ଏଠାରେ ବର୍ଷ ତମାମ ଲାଗିରହିଥାଏ ଜଳ ଯନ୍ତ୍ରଣା । ପାଣି ସମସ୍ୟା କୁ ନେଇ ବହୁବାର ଅଭିଯୋଗ ହୋଇଛି ହେଲେ ଫଳ ଶୂନ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ରାମଗିରି ପଂଚାୟତ ପୂର୍ବତନ ଜିଲ୍ଲା ପରିଷଦ ହୀରାମନଣି ପୂଜାରୀଙ୍କ ଗାଁ ପୂଜାରୀପୁଟ ଗାଁ ରେ ଏଭଳି ଦେଖିବାକୁ ମିଳିଛି । ପୂଜାରୀପୁଟ ରେ ଜଳ ଯନ୍ତ୍ରଣା ଜଳଜଳ ହୋଇ ଦେଖାଯାଉଛି । ପରିବାରର ଶୋଷ ମେଂଟାଇବା ପାଇଁ ଘରର ମାଆମାନେ ପ୍ରତିଦିନ କରୁଛନ୍ତି ସଂଘର୍ଷ । ଛୁଆଁ ପାଣି ହିଁ ଏମାନଙ୍କର ଏକମାତ୍ର ବିକଳ୍ପ । ଦୀର୍ଘ ବର୍ଷ ଧରି ପୂଜାରୀପୁଟ ରେ ୮୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ଗାଁ ରେ ପ୍ରଶାସନ ତରଫରୁ ପାନୀୟ ଜଳ ଯୋଗାଣ ପାଇଁ ଚାରୋଟି ନଳକୂପ ଓ ଦୁଇ ଟି ସୋଲାର ପାଣି ପମ୍ପ ବ୍ୟବସ୍ଥା କରାଯାଇଛି, ହେଲେ ତାହା ସବୁ ଅଚଳ । କେବଳ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଗୋଟିଏ ନଳକୂପ ଚାଲିଛି, ସେଥିରୁ ବି ଗଳିଲା ପାଣି ବାହାରୁଛି । ଏନେଇ ବହୁବାର ଅଭିଯୋଗ କଲେ ବି କେହି ଦୃଷ୍ଟି ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହୀରାମଣି ପୂଜାରୀ ଏବଂ ଗ୍ରାମବାସୀ । ଏଠାରେ ରାତି ପାହିଲେ ଗାଁ ଲୋକଙ୍କୁ ପାଣି ଚିନ୍ତା । ମହିଳା ମାନେ ହାତରେ ଗୋରା ବାଲ୍ଟି ଧରି ବାହାରି ପଡୁଛନ୍ତି । ପିଇବା ଓ ଗାଧୁଆପାଧୁଆ ପାଇଁ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଛୁଆଁ କୁଣ୍ଡରୁ ପାଣି ସଂଗ୍ରହ କରୁଛନ୍ତି । କେଉଁଠି ମଜା ଗସା ହୁଏ ସେଇଠୁ ପିଇବା ପାଣି ବ୍ୟବହାର ହୁଏ । ଗାଁ ରେ ବିଶୁଦ୍ଧ ପାଣି ସୁବିଧା ନାହିଁ ଏଣୁ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରୁଛନ୍ତି । ପାଣି ସମସ୍ୟା କୁ ନେଇ ବହୁବାର ଅଭିଯୋଗ କଲେ ବି ଫଳ ଶୂନ ଏଣୁ ଅଗାମି ଦିନରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଗାଁ ଲୋକେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande