
କନ୍ଧମାଳ , ୦୩ ଏପ୍ରିଲ୍ (ହି.ସ.)
ଫୁଲବାଣୀ ଲବାଣୀ ବିଧାୟକ ଉମା ଚରଣ ମଲିକ
ଙ୍କୁ ଦୁଇ ଦିନ ପୂର୍ବରୁ ରାଜ୍ୟ ତରଫରୁ ଯୋଜନା ବୋର୍ଡ ଅଧକ୍ଷ ଘୋଷଣା ହୋଇଥିଲା ଏହି ଖୁସିରେ ଆଜି କନ୍ଧମାଳ ଜିଲ୍ଲା ବିଜେପି ତରଫରୁ ତାଙ୍କୁ ଫୁଲବାଣୀ ନଗର ରେ ବାଣ ରୋଷଣୀ ନାଟ୍ୟ ପ୍ରଦର୍ଶନ କରି ଭବ୍ୟ ସ୍ୱାଗତ କରାଯାଇ
ନଗର ରେ ବାଇକ ରାଲି କରି ସଭାଗୃହ
ଠାରେ ଜିଲ୍ଲା ର ସମସ୍ତ ମଣ୍ଡଳ ରୁ କାର୍ଯ୍ୟକର୍ତା ମାନେ ତାଙ୍କୁ ଉପ ଢୌକନ ଓ ଫୁଲ ତୋଡ଼ା ଫୁଲ ହାର ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରିଥିଲେ
ନଗର ପରିକ୍ରମା ସମୟରେ ବିଜେପି ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝି,
ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ଉଦୟଗିରି ବିଧାୟକ ପାର୍ଥି ମାନଗୋବିନ୍ଦ ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜିତ ମଣ୍ଡଳ,ଦେବେନ୍ଦ୍ର କୁଦେଇ, ସୁକାନ୍ତ ସାହୁ, ଉଦୟଗିରି ପୂର୍ବତନ ବିଧାୟକ, ଅଜୟନ୍ତୀ ପ୍ରଧାନ, ଖଜୁରୀ ପଡା ଜିଲ୍ଲା ପରିଷଦ ଉର୍ବଶୀ ଦିଗଲ, ମଣ୍ଡଳ ପ୍ରଭାରୀ ଅଜିତ ପଟ୍ଟନାୟକ, ରମେଶ ଚନ୍ଦ୍ର ମହାନ୍ତି, ମୁକ୍ତିକାନ୍ତ ମହାନ୍ତି, ଦେବାଶିଷ ପ୍ରିୟଦର୍ଶନ, ନେତ୍ର ମାନସେଟ ନଗର ସଭାପତି ଜଗନ୍ନାଥ ସାହୁ ଏବଂ ସମସ୍ତ ମଣ୍ଡଳ ସଭାପତିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ