ଡିଏଭି ପବ୍ଲିକ ସ୍କୁଲ ପରିସରରେ ପ୍ରବେଶ ଉତ୍ସବ ପାଳିତ
Pravesh Utsav celebrates in DAV school
ଡିଏଭି ପବ୍ଲିକ ସ୍କୁଲ ପରିସରରେ ପ୍ରବେଶ ଉତ୍ସବ ପାଳିତ


ଝାରସୁଗୁଡ଼ା, ୦୩ ଏପ୍ରିଲ୍ (ହି.ସ.) - ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବର୍ଣ୍ଣାଢ଼୍ୟ ପରିବେଶରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନର୍ସରୀ, ଏଲ.କେ.ଜି ଓ ପ୍ରଥମ ଶ୍ରେଣୀରେ ନବ ପଞ୍ଜୀକୃତ ହୋଇଥିବା ସର୍ବମୋଟ ୧୬୦ ଜଣ କୁନି କୁନି ଶିଶୁ ବିଦ୍ୟାରମ୍ଭ ଉପଲକ୍ଷେ ଆଗ୍ରହ ସହକାରେ ପ୍ରବେଶ ଉତ୍ସବରେ ସାମିଲ ହୋଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରବେଶ ଉତ୍ସବରେ ଦେବ ତୂଲ୍ୟ ଶିଶୁମାନଙ୍କୁ ପୁଷ୍ପଗୁଚ୍ଛ ଓ ପାଠ୍ୟ ସାମଗ୍ରୀ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା ଏବଂ ବିଦ୍ୟାରମ୍ଭ ସଂସ୍କାର ନିର୍ବାହ ପୂର୍ବକ ଶିଶୁମାନଙ୍କୁ ବିଦ୍ୟା ତିଲକ ଲଗାଇ ସେମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ବିଦ୍ୟା ହୋମଯଜ୍ଞରେ ସାମିଲ କରାଯାଇଥିଲା । ସୁନନ୍ଦା ପ୍ରହରାଜ, ସଙ୍ଗୀତା ସିହ୍ନା, ରିଙ୍କୁ ଶର୍ମା, ସବିତା ଧଳ, ସ୍ମିତା ସାହୁ, ସରିତା ମିଶ୍ର, ଅଞ୍ଜଳି ବାଲ ସୁବ୍ରମନ୍ୟନ, ମୋନିକା ଶ୍ରୀବାସ୍ତବ, ଏ.ଏସ.ଭି. ଶ୍ରୀବାଲି, ମିଲି ରାୟ, ରଶ୍ମିତା ଲେଙ୍କା, ଋତୁପର୍ଣ୍ଣା ଶତପଥୀ, ଅନାମିକା ରାନୀ ଓ ନିକିତା ଗର୍ତିଆ ପ୍ରମୁଖ ଶିକ୍ଷୟିତ୍ରୀମାନଙ୍କ ମିଳିତ ସହଯୋଗରେ ପ୍ରବେଶ ଉତ୍ସବ ପାଳନ ସଫଳ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande