
ବଲାଙ୍ଗିର, ୩ ଅପ୍ରେଲ (ହି.ସ.)- ବଲାଙ୍ଗିର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଶୁକ୍ରବାର ଦିନ ପଥରଚେପା ବିଜେପି କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ସଘନ ସଂଶୋଧନ(ଏସଆଇଆର)କୁ ନେଇ ବିଧାନସଭା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ବିଜେପି ବିଧାନସଭା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ। ମଞ୍ଚରେ ଉପସ୍ଥିତ ଥିଲେ ମୁଖ୍ୟଅତିଥି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦିନେଶ ଶର୍ମା, ସାଧାରଣ ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତ୍ରୀ ପଂକଜିନୀ ପଣ୍ଡା, ମହିଳା ମୋର୍ଚ୍ଚା ସଭାପତି ରଞ୍ଜିତା ପାଣିଗ୍ରାହୀ ଓ(ଏସଆଇଆର)ର ବକ୍ତା ଭାବେ ଉପସ୍ଥିତ ଥିଲେ ବରିଷ୍ଠ ଆଇନଜିବି ବିଶ୍ଵ ମୋହନ ଜେନା,
ଏହି ବୈଠକର ମୂଳ ଉଦ୍ଦେଶ୍ୟ ହେଲା ବିଜେପି ପାର୍ଟିର କର୍ମକର୍ତ୍ତା ମାନଙ୍କୁ ଏସ. ଆଇ. ଆର. ବିଷୟରେ ଅବଗତ କରାଇବା ଓ ଲୋକଙ୍କ ପାଖକୁ ଯାଇ ଏସ. ଆଇ. ଆର. ପାଇଁ ସଚେତନ କରାଇବା। ଭାରତୀୟ ନାଗରିକ ହୋଇଥିବା ଦରକାର, ବାଙ୍ଗଲାଦେଶୀ ମାନେ ଓ ଅନ୍ୟ ବାହାର ଦେଶରୁ ଆସି ଭାରତରେ ଭୋଟ ଦେଇପାରିବେ ନାହିଁ କିମ୍ବା ଭାରତର ନାଗରିକ ହୋଇପାରିବେ ନାହିଁ। ସରକାରଙ୍କ ତରଫରୁ ଆସନ୍ତା ୧୫ ତାରିଖ ପରେ(ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ।
ଏହି ବିଧାନସଭା ସ୍ତରୀୟ କର୍ମଶାଳାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଓ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ମହିଳା ମୋର୍ଚ୍ଚାର ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ