
ବଲାଙ୍ଗୀର, ୦୩ ଏପ୍ରିଲ୍(ହି.ସ.) – ପାଟଣାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ଷୋଡ଼ଶ ବାର୍ଷିକ ଉତ୍ସବ ଧୂମାଭଟା ରୋଡସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଧୂମଧାମରେ ଅନୁଷ୍ଠିତ ହୋଇଥିଲା। ସଂସଦର ସଭାନେତ୍ରୀ ସୁଶ୍ରୀ ସଂଯୁକ୍ତା ପରିଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି, ଡ.ସଞ୍ଜୟ କୁମାର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ସଭାନେତ୍ରୀ ତଥା ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥି ବର୍ତମାନ ସମାଜର ପରିସ୍ଥିତି ଓ ସାମାଜିକ ପରିବର୍ତନରେ ସାହିତ୍ୟିକଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ। କୋଷାଧ୍ୟକ୍ଷ ସତ୍ୟାନନ୍ଦ ଖମାରୀ ଅତିଥି ପରିଚୟ, ସମ୍ପାଦିକା ସୁଶ୍ରୀ ସବିତା ଭୋଇ ବିବରଣୀ ପଠନ, ବିରଂଚି ନାରାୟଣ ଦାଶ ସଭା ପରିଚାଳନା ଓ ଡ. ନକୁଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ସଭା ଆରମ୍ଭ କରାଯାଇଥିଲା। ବରିଷ୍ଠ ସଭ୍ୟ ସ୍ୱର୍ଗତ ସୁଧୀର ଦାଶ, ଗୋବର୍ଦ୍ଧନ ଭୋଇ, ସଦାନନ୍ଦ ତ୍ରିପାଠୀଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସହଯୋଗ ଭିତିକ ସଂସଦର ମୁଖପତ୍ର ପାଟଣା ସୌରଭ ଅତିଥି ମାନଙ୍କ କର କମଳରେ ଶୁଭ ଉନ୍ମୋଚିତ ହୋଇଥିଲା। ରାଜ୍ୟର ପ୍ରତିଭାଧାରୀ କବି ଲେଖକ ନିତ୍ୟାନନ୍ଦ ମିଶ୍ରଙ୍କୁ ପାଟଣେଶ୍ୱରୀ ସାରସ୍ୱତ ସମ୍ମାନ, ହିମାଂଚଳ ସାହୁଙ୍କୁ ଗ୍ରାମ୍ୟକବି ରତ୍ନ ଚୂଡାମଣି ପାଣିଗ୍ରାହୀ ସ୍ମୃତି ସମ୍ମାନ, କପିଳେଶ୍ୱର ଖମାରୀଙ୍କୁ ବିପିନ ବିହାରୀ ପରିଛା ସ୍ମୃତି ସମ୍ମାନ, ଚନ୍ଦ୍ରାବତୀ ପାଣ୍ଡେଙ୍କୁ ଗୀତାଞ୍ଜଳି ଖମାରୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସଂସଦର ଆଜୀବନ ସଦସ୍ୟ ହୋଇଥିବାରୁ ସଚ୍ଚିଦାନନ୍ଦ ମେହେର, ଜନ୍ମେଜୟ ପଣ୍ଡା, ବିଜୟିନୀ ଝାଙ୍କରଙ୍କୁ ଆଜୀବନ ସଦସ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ବହୁଭାଷୀ କବିତା ପାଠ ଡକ୍ଟର ନକୁଳ ମେହେରଙ୍କ ସଭାପତିତ୍ୱରେ ହୋଇଥିଲା। ଦିଲ୍ଲୀପ ମିଶ୍ର ଓ ଶ୍ୱେତଲିପ୍ତା ମହାପାତ୍ରଙ୍କ ସଂଯୋଜନାରେ ଶତାଧିକ କବି କବୟିତ୍ରୀ ସହଦେବ ମେହେର, ରୋଶନୀ ଭୋଇ, ପ୍ରଦୀପ କୁମାର ଦାଶ ଆଦି କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପୀ ଅନ୍ତର୍ଯ୍ୟାମୀ ମେହେର, ଅଭିଳାଷ ମେହେର, ଗୌରୀ ରାଉତ, ଦୀପ୍ତିପ୍ରକାଶ ଦାସ, ପ୍ରତିମା ମେହେର, ଦୀନବନ୍ଧୁ ବଗର୍ତୀ, ଶେଷଦେବ ପଣ୍ଡା, ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ଅଞ୍ଜଳା ପରମଗୁରୁ, ପ୍ରିୟବ୍ରତ ଚନ୍ଦନ, ଗଜାନନ ପୁରୋହିତ, ସହଦେବ ମେହେର, ଉଗ୍ରେସନ ମିଶ୍ର, ମୁକେଶ କୁମାର ଶର୍ମାଙ୍କ ସମେତ ଅନେକ ସାହିତ୍ୟ ସଂସ୍କୃତି ପ୍ରେମୀ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ