ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ, ଭାଷା ଭିଭିକ ରାଜ୍ୟ ଗଠନ ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା
ଭଦ୍ରକ, ୩ ଅପ୍ରେଲ (ହି.ସ.) - ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ସ୍ୱରାଜ ବାର୍ତା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ ହୋଇଯାଇଛି।ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାର ସ
TEJASWINI MAHILA SANGATHAN


ଭଦ୍ରକ, ୩ ଅପ୍ରେଲ (ହି.ସ.) - ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ସ୍ୱରାଜ ବାର୍ତା କାର୍ଯ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ ହୋଇଯାଇଛି।ସଭାପତି କଳ୍ପନା ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ ଓଡ଼ିଶାର ସଂସ୍କୃତି,କଳା, ଭାସ୍କର୍ଯ୍ୟ ହିଁ ଓଡ଼ିଶାର ପରିଚୟ ବୋଲି ବକ୍ତବ୍ୟ ରଖିଥିଲେ।ମୁଖ୍ୟବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ଶିବଚରଣ ଖାମୁରାଇ ଯୋଗ ଦେଇ କୁଳବୃଦ୍ଧ ମଧୁସୂଦନ ଦାସ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶ୍ରେୟ ବୋଲି ସୂଚନା ଦେଇଥିଲେ। କିନ୍ତୁ ତାଙ୍କୁ ଅଦ୍ୟାବଧୂ ରାଜ୍ୟ ସ୍ତରରେ ଯଥୋଚିତ ସମ୍ମାନ ମିଳିନାହିଁ। ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ନିହାର ରଞ୍ଜନ କର ଯୋଗ ଦେଇ ଓଡ଼ିଆ ଭାଷାକୁ ସମ୍ମାନ ଦେବା ଆମର ପ୍ରଥମ କର୍ତବ୍ୟ ହେବା ଜରୁରି ବୋଲି ସେ କହିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଖଣ୍ଡ ବିଖଣ୍ଡିତ ରାଜ୍ୟକୁ ଏକତ୍ର କରି ରଖୁପାରିଛି ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ପ୍ରଭାକର ପରିଡା,ଆଇନଜୀବୀ ପ୍ରବୋଧ ଅଗସ୍ତି, ଖବରଦାତା ପ୍ରଦୀପ ବଳ,ସମ୍ପାଦିକା ଅଞ୍ଜନା ମିଶ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶିକ୍ଷୟତ୍ରୀ ମନୋରମା ରାୟ, ଆଇନଜୀବୀ ଚଇତାଳି ଖିଲାର,ଶିକ୍ଷୟତ୍ରୀ ସାବିତ୍ରୀ ସେଠୀ, ଗୀତାଞ୍ଜଳି ଅଗସ୍ତି,ସଂଯୁକ୍ତା ଯାଦବ,ଆଇନଜୀବୀ ଅଞ୍ଜୁବାଳା ରାଉତ ପ୍ରମୁଖ କବିତା ପାଠ କରିଥିଲେ। ସଂଗୀତ ନିର୍ଦେଶକ ରାମନାରାୟଣ ମହାନ୍ତି ପ୍ରାରମ୍ବିକ ସଂଗୀତ,ରୁତିକା ନାୟକ ଅତିଥି ପରିଚୟ ,ଶାନ୍ତନୁ ଦଳେଇ ସ୍ୱାଗତ ଓ ସାମ୍ବାଦିକ ସଂଜୀବ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ସନ୍ତୋଷ ମିଶ୍ର,ସୁଜୟ ପାକଳ, ମାନସ ପରିଡା,ସିଦ୍ଧାର୍ଥ ଶଙ୍କର ମିଶ୍ର ଉପସ୍ଥିତ ଥିଲେ। ବିଜୟ ଲଷ୍ମୀ ମହାକୁଡ଼ଙ୍କ ସଂଗଠନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାର୍ଗଦର୍ଶକ ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande