ଆନ୍ଧ୍ର ପୁନର୍ଗଠନ ବିଲ୍ରେ ସଂଘୀୟ ଚିନ୍ତା ଓ ଆଦିବାସୀ ବିସ୍ଥାପନ ନେଇ ବିଶିଙ୍କ ଉଠାଇଥିବା ପ୍ରଶ୍ନ
ଆନ୍ଧ୍ର ପୁନର୍ଗଠନ ବିଲ୍ରେ ସଂଘୀୟ ଚିନ୍ତା ଓ ଆଦିବାସୀ ବିସ୍ଥାପନ ନେଇ ବିଶିଙ୍କ ଉଠାଇଥିବା ପ୍ରଶ୍ନ ରାଜ୍ୟସଭାରେ କୋଟିଆ ବିବାଦ ଏବଂ ପୋଲାଭରମ୍ ପ୍ରକଳ୍ପର ପ୍ରଭାବ ଉପରେ ପ୍ରଶ୍ନ ଓଡ଼ିଶାର ଅଧିକାର ଓ ଆଦିବାସୀ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି ବଲାଙ୍ଗୀର/ନୂଆଦିଲ୍ଲୀ, ୦୩ ଏପ୍ରିଲ୍(ହି.ସ.) –
ଚାଷୀଙ୍କ ପାଇଁ ବିନା ସୁଧ ଋଣ, ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ଓ ଗରିବଙ୍କୁ ଆଇନଗତ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି


ସୀ ବିସ୍ଥାପନ ନେଇ ବିଶିଙ୍କ ଉଠାଇଥିବା ପ୍ରଶ୍ନ.ରାଜ୍ୟସଭା ରେ କୋଟିଆ ବିବାଦ ଏବଂ ପୋଲାଭରମ ପ୍ରକଳ୍ପର  ପ୍ରଭାବ ଉପରେ ପ୍ରଶ୍ନ; ଓଡ଼ିଶାର ଅଧିକାର ଓ ଆଦିବାସୀ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି


ଆନ୍ଧ୍ର ପୁନର୍ଗଠନ ବିଲ୍ରେ ସଂଘୀୟ ଚିନ୍ତା ଓ ଆଦିବାସୀ ବିସ୍ଥାପନ ନେଇ ବିଶିଙ୍କ ଉଠାଇଥିବା ପ୍ରଶ୍ନ

ରାଜ୍ୟସଭାରେ କୋଟିଆ ବିବାଦ ଏବଂ ପୋଲାଭରମ୍ ପ୍ରକଳ୍ପର ପ୍ରଭାବ ଉପରେ ପ୍ରଶ୍ନ

ଓଡ଼ିଶାର ଅଧିକାର ଓ ଆଦିବାସୀ ସୁରକ୍ଷା ଦାବି କଲେ ସାଂସଦ ଶ୍ରୀ ବିଶି

ବଲାଙ୍ଗୀର/ନୂଆଦିଲ୍ଲୀ, ୦୩ ଏପ୍ରିଲ୍(ହି.ସ.) – ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ(ସଂଶୋଧନ) ବିଲ୍ ୨୦୨୬ ଉପରେ ଆଲୋଚନା ଅବସରରେ ସଂଘୀୟ ସଂବିଧାନିକ ମୂଲ୍ୟବୋଧ ଓ ଆଦିବାସୀ ଅଧିକାର ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ।

ସାଂସଦ ଶ୍ରୀ ବିଶି କହିଥିଲେ ଯେ ଏହି ଆଇନ କେବଳ ସାଧାରଣ ସଂଶୋଧନ ନୁହେଁ, ବରଂ ଏହାର ପ୍ରଭାବ ସଂଘୀୟ ବ୍ୟବସ୍ଥା ଓ ବିଶେଷକରି ଆଦିବାସୀ ସମୁଦାୟ ଉପରେ ପଡ଼ିପାରେ।

ସେ କୋରାପୁଟ ଜିଲ୍ଲାର କୋଟିଆ ବ୍ଲକ ଅଂଚଳ ସନ୍ଦର୍ଭରେ କହିଥିଲେ ଯେ ସେଠାରେ ୨୧ ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରଶାସନିକ ହସ୍ତକ୍ଷେପ ହେଉଛି, ଯାହା ଆଦିବାସୀ ମଧ୍ୟରେ ଅସ୍ପଷ୍ଟତା ସୃଷ୍ଟି କରୁଛି।

ସେ କହିଥିଲେ ଯେ ଏହି ପ୍ରସଙ୍ଗ ରାଜ୍ୟ ସୀମା ସ୍ପଷ୍ଟତା ସହ ଜଡିତ ଓ ଏହାକୁ ସଂବିଧାନିକ ଓ ଆଇନଗତ ପଦ୍ଧତିରେ ସମାଧାନ କରାଯିବା ଉଚିତ।

ପୋଲାଭରମ ପ୍ରକଳ୍ପ ସନ୍ଦର୍ଭରେ ସେ କହିଥିଲେ ଯେ ଏହାର ପ୍ରଭାବରେ ମଲକାନଗିରି ଜିଲ୍ଲା ୩୦୦ ଗାଁର ୩ ଲକ୍ଷ ଲୋକ ବିସ୍ଥାପିତ ହେବେ, ସେଥିମଧ୍ୟରୁ ୨ ଲକ୍ଷ ଆଦିବାସୀ ବିସ୍ଥାପିତ ହେବେ। ବିସ୍ଥାପନ ହେବ, ଜଙ୍ଗଲ ଜମି ବୁଡ଼ିଯିବ ଓ ଜୀବନ ଜୀବିକା ଉପରେ ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଓ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande