
ବଲାଙ୍ଗିର, ୩ ଅପ୍ରେଲ (ହି.ସ.)-୧୭ତମ ଏସିଆନ ଲନ ବଲ ଚାମ୍ପିୟନସିପ ଆସନ୍ତା ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ହେବ l ଓଡିଶା ଲନ ବଲ ସଂଘର ସମ୍ପାଦକ ସୁମିତ ରଞ୍ଜନ ପୁରୋହିତ ପ୍ରତିଯୋଗିତାରେ ସଂଯୋଗ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି l ଜାତୀୟ ଲନ ବଲ ସଂଘ ସମ୍ପାଦକ ଇ ମେଲ ଯୋଗେ ତାଙ୍କୁ ଏହା ଅବଗତ କରାଇଛନ୍ତି l ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଂଚି ସୁମିତଙ୍କୁ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି l
ନିଜର ନୂଆ ଦାୟିତ୍ୱକୁ ନେଇ ସୁମିତ ବେଶ ଉତ୍ସାହିତ ରହିଛନ୍ତି l ସେ କହିଛନ୍ତି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମୋତେ ଏତେ ବଡ଼ ଦାୟିତ୍ୱ ମିଳିଥିବାରୁ ଜାତୀୟ ସଂଘର ସମ୍ପାଦକ ଏବଂ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଉଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ