ମା ମଙ୍ଗଳାଙ୍କ ବାର୍ଷିକ ଯଜ୍ଞ ଉତ୍ସବ : ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ
ଧର୍ମଶାଳା,୩ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ଅନ୍ୟତମ ଗ୍ରାମଦେବୀ ମା ମଙ୍ଗଳାଙ୍କ ପୀଠରେ ୨୬ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ଣ୍ଣାହୂତି ଦିବସରେ ସ୍ଥାନୀୟ ଅଂଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି
ମା ମଙ୍ଗଳାଙ୍କ ବାର୍ଷିକ ଯଜ୍ଞ ଉତ୍ସବ : ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗ ଦେଲେ ବହୁ ଶ୍ରଦ୍ଧାଳୁ


ଧର୍ମଶାଳା,୩ଏପ୍ରିଲ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତର ଅନ୍ୟତମ ଗ୍ରାମଦେବୀ ମା ମଙ୍ଗଳାଙ୍କ ପୀଠରେ ୨୬ତମ ବାର୍ଷିକ ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ଣ୍ଣାହୂତି ଦିବସରେ ସ୍ଥାନୀୟ ଅଂଚଳରୁ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଏହି ଯଜ୍ଞ ୨ଦିନ ଧରି ଚାଲିଥିଲା । ପ୍ରଥମ ଦିବସରେ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଯଜ୍ଞ ମଣ୍ଡପରେ କଳସ ସ୍ଥାପନ ପରେ ଯଜ୍ଞ କ୍ରମ ଆରମ୍ଭ ହୋଇଥିଲା । ପଣ୍ଡିତ ରବିନ୍ଦ୍ର କୁମାର ଦାଶ,କାର୍ତିକ ପତି ଓ ପବିତ୍ର କୁମାର ଦାଶଙ୍କ ସହ ମୁଖ୍ୟକର୍ତାଭାବେ ପ୍ରତାପ ଚନ୍ଦ୍ର ଉଦଣ୍ଡରାୟ ଓ ସହଧର୍ମଣୀ ପଦ୍ମିନୀ ରାଉତ ଯଜ୍ଞକର୍ମରେ ସହଯୋଗ କରିଥିଲେ । ପୂର୍ଣ୍ଣାହୂତି ଦିବସରେ ଶହଶହ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇ ଯଜ୍ଞ କୁଣ୍ଡରେ ଘୃତ ଆହୂତି ଦେଇଥିଲେ । ଏହି କାର?୍ୟ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଯୋଗ ଦେଇ ମା’ଙ୍କୁ ଦର୍ଶନ କରିଥିଲେ । ତାଙ୍କୁ ସ୍ଥାନୀୟ ଅଂଚଳର ଶହଶହ ଯୁବ ସଂଗଠକ ଓ ବିଜେପି କର୍ମକର୍ତା ଏକ ସୁସଜ୍ଜିତ ଖୋଲା ଗାଡିରେ ମହେଶ୍ୱରପୁର ପଂଚାୟତସ୍ଥ ଚାନ୍ଦପୁରଠାରୁ ବ୍ରହ୍ମବରଦା ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ମନ୍ଦିର ପ୍ରାଙ୍ଗଣକୁ ପାଚ୍ଛୋଟି ଆଣିଥିଲେ । ମନ୍ଦିର ପରିସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାକ୍ତନଶିକ୍ଷାବିତ୍ ମାଧବୀଲତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବିଜେପି ରାଜ୍ୟ ମୁଖ୍ୟପାତ୍ର ମନୋଜ ମହାପାତ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ,କେନ୍ଦୁଝର ଜିଲା ମହିଳା ସଭାନେତ୍ରୀ ପ୍ରଣତି ନାୟକ,ସମାଜସେବୀ ପ୍ରଶାନ୍ତ ଦାସ,୩୬ ନଂ ଜୋନ ମଣ୍ଡଳ ସଭାପତି ମିଥୁନ କୁଣ୍ଡୁ, କାର୍ଯ୍ୟକାରିଣୀ ସଦସ୍ୟ ଅନିଲ ରାଉତ ଓ ଜିଲା ବିଜେପି ସମ୍ପାଦକ ପ୍ରଫୁଲ୍ଲ ଗିରି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଯୁବନେତା ଉଦୟଭାନୁ ଦେଓ,ରୂପେଶ ରାଉତ, ଦିପ୍ତୀ ରଂଜନ ରାଉତ,ରାଜେଶ କୁମାର ଦାସ,ସୁରେନ୍ଦ୍ର ରାଉତ,ଅମୂଲ୍ୟ ରାଉତ,ସଂଜୟ ବେହେରା,ସଂଗ୍ରାମ ମହାନ୍ତି,ସଂଜୟ କୁମାର ରାଉତ ଓ ଅତୂଲ୍ୟ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ। ବିିଭିନ୍ନ ଦିବସମାନଙ୍କରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande