
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଜାତୀୟ ଜନଗଣନା ଆରମ୍ଭ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ ତାଙ୍କ ସରକାରୀ ବାସଭବନରେ ସେଲ୍ଫ ଏନୁମରେସନ୍ କରୁଛନ୍ତି । ଅନଲାଇନ
ପୋର୍ଟାଲରେ ମୁଖ୍ୟମନ୍ତ୍ରୀ ନିଜେ ନିଜର ତଥ୍ୟ ପ୍ରଦାନ କରି ଦେଶର ପ୍ରଥମ ଡିଜିଟାଲ ଜନଗଣନାରେ
ସାମିଲ ହେବା ସହ ସ୍ଵ-ଗଣନା ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ଜନଗଣନା
ନିର୍ଦ୍ଦେଶାଳୟ,
ଓଡ଼ିଶା ନିର୍ଦ୍ଦେଶକ ଶ୍ରୀ ପବନ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କୁ
ଭେଟିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା