
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଛତ୍ରପତି ଶିବାଜୀ ମହାରାଜଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଦମ୍ୟ ସାହସ ଓ ଭାରତୀୟ ସ୍ୱାଭିମାନର ଅନନ୍ୟ ପ୍ରତୀକ, ମହାନ ମରାଠା ବୀର ଛତ୍ରପତି ଶିବାଜୀ ମହାରାଜଙ୍କ
ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତାଙ୍କର ଅତୁଳନୀୟ ଶୌର୍ଯ୍ୟ, ବୀରତ୍ୱ ଏବଂ ସାମାଜିକ ସମରସତାର ଆଦର୍ଶ ଏକ ସଶକ୍ତ ଓ ନୂତନ
ଭାରତ ଗଠନ ପାଇଁ ଆମକୁ ସଦାସର୍ବଦା ପ୍ରେରଣା ପ୍ରଦାନ କରୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା