
ନୂଆଦିଲ୍ଲୀ, 03 ଏପ୍ରିଲ୍ (ହି.ସ.)- ଛତ୍ରପତି ଶିବାଜୀ ମହାରାଜଙ୍କ ସ୍ମୃତିଚାରଣ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, 'ହିନ୍ଦବୀ ସ୍ୱରାଜ'ର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି-କୋଟି ନମନ
ଜଣାଉଛି।
ମା’ ଭାରତୀଙ୍କ ବୀର ସପୁତ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନ
ରାଷ୍ଟ୍ରନିଷ୍ଠା, ସୁଶାସନ ଏବଂ ଅଦମ୍ୟ ସାହସର ଅନୁପମ ଉଦାହରଣ। ସେ କଠିନ ପରିସ୍ଥିତିରେ ମଧ୍ୟ ସ୍ୱାଭିମାନ ଏବଂ
ସାଂସ୍କୃତିକ ଅସ୍ମିତାକୁ ରକ୍ଷା କରି ଏକ ସଶକ୍ତ ଏବଂ ଜନମୁଖୀ ଶାସନର ସ୍ଥାପନା କରିଥିଲେ।
ରାଷ୍ଟ୍ରହିତ ପ୍ରତି ତାଙ୍କର ସମର୍ପଣ ଆମ ସମସ୍ତଙ୍କୁ ସର୍ବଦା ପ୍ରେରିତ କରୁଥିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା