ନକଲି ସିଆଇଡି ଅଧିକାରୀଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ରାଜଧାନୀରେ ମିଛ ସିଆଇଡି ଅଧିକାରୀ ବନିବା ମହଙ୍ଗା ପଡିଲା । ମିଛ କହି ବ୍ଲାକମେଲ କରି ବନ୍ଧାହେଲେ ନକଲି ସିଆଇଡି। ନିଜକୁ ସିଆଇଡିଅଧିକାରୀ କହି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ । ଧମକ ଚମକ ଦେଖାଇ ଟଙ୍କା ଆଦାୟ କରୁଥିଲେ l ଶିକ୍ଷା ଅନୁଷ୍
ନକଲି ସିଆଇଡି ଅଧିକାରୀଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ


ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ରାଜଧାନୀରେ ମିଛ ସିଆଇଡି ଅଧିକାରୀ ବନିବା ମହଙ୍ଗା ପଡିଲା । ମିଛ କହି ବ୍ଲାକମେଲ କରି ବନ୍ଧାହେଲେ ନକଲି ସିଆଇଡି। ନିଜକୁ ସିଆଇଡିଅଧିକାରୀ କହି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ

କରୁଥିଲେ । ଧମକ ଚମକ ଦେଖାଇ ଟଙ୍କା ଆଦାୟ କରୁଥିଲେ l ଶିକ୍ଷା ଅନୁଷ୍ଠାନରେ ପ୍ରବଳ

ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ

ବଡବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ ସିଆଇଡିକହି ଯାଞ୍ଚ ଆଳରେ

ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ। ଚନ୍ଦ୍ରଶେଖରପୁର

ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା

ସମୟରେ ପୋଲିସ ପହଞ୍ଚିଥିଲା । ନିଜକୁ ସିଆଇଡିପରିଚୟ ଦେଉଥିବା ଅଭିଯୋଗରେ ୮

ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଯେଉଁମାନଙ୍କ ଭିତରେ ୪

ମହିଳା ମଧ୍ୟ ସାମିଲ ରହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପୂଜା ବେହେରା, ପ୍ରତିମା ପରିଡା, ଜେନାମଣି ପ୍ରଧାନ, ସୌଭାଗ୍ୟ ସାହୁ, ଧର୍ମେନ୍ଦ୍ର ବୋଇତାଇ,ମନୋଜ କୁମାର ମିଶ୍ର, ଅନ୍ନପୂର୍ଣ୍ଣା ପଣ୍ଡା, ନିଲୁ ନାୟକ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande