
କେନ୍ଦ୍ରାପଡା, ୩ ଅପ୍ରେଲ (ହି.ସ.)- ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା କାର୍ଯ୍ୟ।ଳୟ ସ୍ଥିତ ସଦଭାବନା ସଭାଗୃହରେ ଜନଗଣନାର ପ୍ରଥମ ପର୍ଯ୍ୟ।ୟ ସ୍ୱଗଣନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲୀକ, ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ସରୋଜ କୁମାର ବେହେରା ଏବଂ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ଦୁଇ ଜଣ ମାଷ୍ଟର ଟ୍ରେନର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂ ଉପସ୍ଥିତ ଥିଲେ। ଭାରତର ସବୁଠୁ ବଡ଼ ଜନଗଣନା କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ନାଗରିକ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଜନଗଣନା ୨୦୨୭ ଡିଜିଟାଲ ଭାବେ ଦୁଇଟି ପର୍ଯ୍ୟ।ୟରେ କରାଯିବ। ପ୍ରଥମ ପର୍ଯ୍ୟ।ୟ ହେଉଛି ଗୃହ ତାଲିକାକରଣ କାର୍ଯ୍ୟ ଓ ଦ୍ୱିତୀୟ ପର୍ଯ୍ୟ।ୟ ହେଉଛି ଜନସଂଖ୍ୟା ଗଣନା। ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱଗଣନା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ନାଗରିକ ମାନେ ଏହି ସମୟ ସୀମା ମଧ୍ୟରେ ପୋର୍ଟାଲକୁ ଯାଇ ମୋବାଇଲ କିମ୍ବା କମ୍ପୁଟର ସହଯୋଗରେ ନିଜ ଘରୋଇ ସୂଚନା ପୂର୍ବରୁ ପଞ୍ଜିକୃତ କରିପାରିବେ। ପଞ୍ଜିକୃତ ହୋଇଥିବା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ। ସଫଳ ପଞ୍ଜିକୃତ କରିବା ପରେ ପଞ୍ଜିକୃତ କରିଥିବା ବ୍ୟକ୍ତି ଏକ ସ୍ୱଗଣନା ପରିଚୟ ସଂଖ୍ୟା ପାଇବେ ଯାହାକୁ ଗଣନାକାରୀ ଘରକୁ ଘର ଯାଇ ସୂଚନା ସଂଗ୍ରହ କରିବା ସମୟରେ ଏହି ସ୍ୱଗଣନା ପରିଚୟ ସଂଖ୍ୟା କଲେ ପୁନଃ ସୂଚନା ପଞ୍ଜିକୃତ କରିବା ଆବଶ୍ୟକ ପଡିବ ନାହିଁ। ଏପ୍ରିଲ ୧୨ ତାରିଖରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଗଣନାକାରୀ ମାନେ ଘରକୁ ଘରକୁ ଯାଇ ଗୃହ ତାଲିକାକରଣ କାର୍ଯ୍ୟ କରିଵେ। ନାଗରିକ ମାନଙ୍କ ସହଯୋଗ ସଠିକ ତଥ୍ୟ ସଂଗ୍ରହରେ ସାହାଯ୍ୟ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତର ଉନ୍ନୟନ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପାଇଁ ସରକାରଙ୍କୁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଯେଉଁ ଦିନ ଯେଉଁ ଦିନ ସ୍ୱ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହେଲା ଅର୍ଥାତ ଏପ୍ରିଲ ୧ ତାରିଖରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ ଜିଲ୍ଲା କାର୍ଯ୍ୟ।ଳୟରେ ଥିବା ଜନଗଣନା ସହାୟତା କେନ୍ଦ୍ରରେ ସ୍ୱଗଣନା ପଞ୍ଜିକୃତ କରିଛନ୍ତି। ଜିଲ୍ଲାପାଳ ନିଜେ ସ୍ୱ ଗଣନା ପଞ୍ଜିକୃତ କରିବା ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କୁ ସ୍ୱଗଣନା ପଞ୍ଜିକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ୫ ଜଣ ସାମ୍ବାଦିକ ନିଜେ ନିଜର ସ୍ୱ ଗଣନା ପଞ୍ଜିକୃତ କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲା ଜନଗଣନା ଅଧିକାରୀ କହିଛନ୍ତି। ଡେରାବିଶ ବ୍ଲକ ସମ୍ମିଳନୀ କକ୍ଷଠାରେ ଗତ ଫେବୃଆରୀ ୧୦ ତାରିଖରୁ ୧୫ ତାରିଖ ମଧ୍ୟରେ ସମସ୍ତ ଫିଲ୍ଡ ଟ୍ରେନର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ରବି