
ମାଲକାନଗିରି, ୩ ଅପ୍ରେଲ (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଶିବାନନ୍ଦ ଆଶ୍ରମରେ ଅଖଣ୍ଡ ରାମାୟଣ ପାଠ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ବାବା ରାମଦାସ ରାମାୟଣୀ ବାବାଙ୍କ ଦ୍ୱାରା ରାମାୟଣ ପାଠ କରାଯାଇଥିଲା। ସକାଳ ୬ଟାରୁ ଗୁରୁ ପାଦପୂଜା ଓ ସତସଙ୍ଗ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଅଖଣ୍ଡ ରାମାୟଣ ପାଠ ଶୃଙ୍ଖଳାବଦ୍ଧ ଭାବେ ଚାଲିଥିଲା ଓ ପ୍ରାୟ ସକାଳ ୧୦ଟା ୩୦ ମିନିଟ ସମୟରେ ସମାପ୍ତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଦିବ୍ୟଜୀବନ ସଂଘର ସଭାପତି ଲକ୍ଷ୍ମଣ ବେହେରା ଓ ସମ୍ପାଦକ ଶଙ୍କର ଦାସଙ୍କ ନେତୃତ୍ୱରେ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା। ଭକ୍ତମାନଙ୍କ ପାଇଁ ସକାଳେ ବାଳଭୋଗ ସହ ମଧ୍ୟାହ୍ନ ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଧାର୍ମିକ ଅନୁଷ୍ଠାନରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଆଧ୍ୟାତ୍ମିକ ଲାଭ ଅନୁଭବ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ