
ଭୁବନେଶ୍ୱର, 03 ଏପ୍ରିଲ୍ (ହି.ସ.)- ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ
ଉପରେ ସାଂଘାତିକ ଅଭିଯୋଗ ଆଣିଲେ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ । ବିଧାୟକ ନିଜ
ମର୍ଯ୍ୟାଦାକୁ ଭୁଲିଯାଇଛନ୍ତି ବୋଲି କହିଛନ୍ତି ସୋନାଲି ସାହୁ । ଗତକାଲି ଜିଲ୍ଲା ଯୋଜନା ବୋର୍ଡର
ସଦସ୍ୟ ହେବା ପରେ ସେ ରାଜଧାନୀର ଏକ ହୁକା ବାରରେ ମଦ୍ୟପାନ କରି ଝିଅ ମାନଙ୍କ ସହ ନାଚୁଥିବାର
ଅଭିଯୋଗ ଆଣିଛନ୍ତି ସୋନାଲି । ଏବେ ଏହାର ଭିଡିଓ ବହୁତ୍ ଭାଇରାଲ ହେଉଛି । ଏହାକୁ କିପରି ବିଜେପି
ଗ୍ରହଣ କରୁଛି ବୋଲି କହିଛନ୍ତି ସୋନାଲି । ସେହିଭଳି ଯିଏ ଆଜି ପର୍ଯ୍ୟନ୍ତ ନିଜ ଅଞ୍ଚଳ ପାଇଁ
କିଛିବି ଉନ୍ନତିମୂଳକ କାର୍ଯ୍ୟ କରିନାହିଁ ତାହାଙ୍କ ଏଭଳି କାର୍ଯ୍ୟକଳାପ କେବେ ଗ୍ରହଣୀୟ ନୁହେଁ
ବୋଲି ସେ କହିଛନ୍ତି । ଏପରିକି ପ୍ରଶାନ୍ତ ଜଗବେଦଙ୍କୁ ମଦୁଆ ବୋଲି ସେ ଆକ୍ଷେପ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା