
କେନ୍ଦ୍ରାପଡ଼ା, ୩୦ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରଥମ ପ୍ରତିଷ୍ଠା ଲାଭ କରିଥିବା ଚିତ୍ରୋପ୍ତଳା ମହିଳା ବହୁମୁଖି ସେବା ସମବାୟ ସମିତିର ପ୍ରଥମ ବାର୍ଷିକ ସାଧାରଣ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି! ମାର୍ଶାଘାଇ ତହସିଲ ରୋଡ଼ରେ ଥିବା କାର୍ଯ୍ୟାଳୟରେ ଆୟୋଜିତ ସଭାରେ ସଭାନେତ୍ରୀ ଉଷାରାଣୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାର୍ଶାଘାଇ ବ୍ଲକର ଶତାଧିକ ମହିଳା ଯୋଗଦେଇଥିଲେ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମବାୟ ଯୋଜନାରେ ମହିଳାମାନଙ୍କ ଉନ୍ନତି ପାଇଁ ଯୋଜନା ସମ୍ପର୍କରେ ଆଲୋଚନା ସାମିଲ ହୋଇଥିଲେ ମହିଳାମାନେ! ଏହି କାର୍ଯ୍ୟକ୍ରମରେ ବିଶିଷ୍ଠ ସମବାୟବିତ ପ୍ରମୋଦ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା ଓ ସମବାୟ ସମିତିରେ କ୍ଷୁଦ୍ର ସଂଚୟ କରିବା ଓ ଋଣ ନେଇ ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠା କରି ସବସିଡ୍ରେ ଋଣ ପୈଠ କରିବା ସମ୍ପର୍କରେ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ! ମହିଳା ସମିତିର ସମ୍ପାଦିକା ଦୀପ୍ତିମୟୀ ଶତପଥି ଉପସଭାନେତ୍ରୀ ମନୀଷା ପରିଡା ବରିଷ୍ଠ କାର୍ଯ୍ୟକର୍ତା ଜ୍ୟୋସ୍ନାରାଣୀ ବେହେରା ଡାଇରେକ୍ଟର ଗୋଲାପ ସେନାପତି ମମତା ନାୟକ ଅନୁରାଧା ସାହୁ ଲଷ୍ମୀପ୍ରିୟା ରାଉତ ମଧୁସ୍ମିତା ବେହେରା ପ୍ରଣତି ବେହେରା ସଂଗୀତା ପରିଡା ସ୍ୱର୍ଣଲତା ପରିଡା ପ୍ରଭାତୀ ବେହେରାଙ୍କ ସମେତ ଅନ୍ୟ ସଦସ୍ୟା ପ୍ରୀତି ପ୍ରଜ୍ଞା ଦାସ, ସସ୍ମିତା ବେହେରା, ମମତା ସେନାପତି, ଲିପିକା ସାମଲଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ !
.......................................
ହିନ୍ଦୁସ୍ଥାନ ସମାଚାର / ରବି