ସିରିଆପାଲିରେ ଟାଣ ଖରାରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜନ ଅଭିଯୋଗ : ଖବର ପ୍ରକାଶ ପରେ କାର୍ଯ୍ୟ ସମୟରେ ପରିବର୍ତ୍ତନ
ଝାରସୁଗୁଡା, ୩୦ ଏପ୍ରିଲ୍ (ହି.ସ.)- କୋଲାବିରା ବ୍ଲକର ପରମାଣପୁର ପଞ୍ଚାୟତ ଅଧୀନର ସିରିଆପାଲି ଗ୍ରାମରେ ଏକ କାରଖାନାର ଆସପଣ୍ଡ ନିର୍ମାଣ କାର୍ଯ୍ୟ ସମୟରେ ଦିନଦ୍ଵିପହରରେ ଶ୍ରମିକଙ୍କୁ କାମ କରାଯାଉଥିବା ଅଭିଯୋଗ ଉଠିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଓ ଜିଲ୍ଲା ପ୍ରଶାସନଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ
ସିରିଆପାଲିରେ ଟାଣ ଖରାରେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜନ ଅଭିଯୋଗ : ଖବର ପ୍ରକାଶ ପରେ କାର୍ଯ୍ୟ ସମୟରେ ପରିବର୍ତ୍ତନ


ଝାରସୁଗୁଡା, ୩୦ ଏପ୍ରିଲ୍ (ହି.ସ.)- କୋଲାବିରା ବ୍ଲକର ପରମାଣପୁର ପଞ୍ଚାୟତ ଅଧୀନର ସିରିଆପାଲି ଗ୍ରାମରେ ଏକ କାରଖାନାର ଆସପଣ୍ଡ ନିର୍ମାଣ କାର୍ଯ୍ୟ ସମୟରେ ଦିନଦ୍ଵିପହରରେ ଶ୍ରମିକଙ୍କୁ କାମ କରାଯାଉଥିବା ଅଭିଯୋଗ ଉଠିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଓ ଜିଲ୍ଲା ପ୍ରଶାସନଙ୍କ କଡା ନିର୍ଦ୍ଦେଶ ଥିବା ସତ୍ତ୍ୱେ ଟାଣ ଖରାରେ କାମ କରାଇବା ପ୍ରତି ଶ୍ରମିକ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଏନେଇ ଖବର ପ୍ରକାଶ ପାଇବା ପରେ କାରଖାନା କର୍ତୁପକ୍ଷଙ୍କ ଚେତା ପଶିଛି। ଶେଷରେ କାରଖାନା ପକ୍ଷରୁ ଶ୍ରମିକଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ କରାଯାଇ, ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାମ ବନ୍ଦ ରଖାଯାଇଛି।

ଉଲ୍ଲେଖନୀୟ, ଝାରସୁଗୁଡ଼ା ଜିଲ୍ଲାରେ ତୀବ୍ର ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମ କାର୍ଯ୍ୟରେ ସମୟ ନିଷେଧାଜ୍ଞା ଜାରି କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଯେକୌଣସି ବାହାର କାମ ବନ୍ଦ ରଖିବାକୁ କଡାକଡି ନିର୍ଦ୍ଦେଶ ରହିଛି। ଶ୍ରମ ବିଭାଗ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟସ୍ଥଳରେ ଚଢ଼ଉ କରି ନିୟମ ପାଳନ ତଦାରଖ କରୁଛନ୍ତି। ଜିଲ୍ଲାପାଳ ମଧ୍ୟ ନିଜେ ଏକାଧିକ ସ୍ଥାନରେ ଅତର୍କିତ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏସବୁ ସତ୍ବେ ସିରିଆପାଲିରେ ଚାଲୁଥିବା ଆସପଣ୍ଡ ନିର୍ମାଣ କାମରେ ଗତ କିଛି ଦିନ ଧରି ଶ୍ରମିକମାନଙ୍କୁ ଟାଣ ଖରାରେ କାମ କରାଯାଉଥିବାରୁ ସ୍ଥାନୀୟ ଶ୍ରମିକମହଳ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଥିଲା। ଖବର ପ୍ରକାଶ ପରେ ଅବଶେଷରେ କାରଖାନା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ହେବାରେ ଶ୍ରମିକମାନେ ସ୍ୱାଗତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande