
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ପ୍ରଫେସର ସଞ୍ଜୟ କୁମାର ପାତ୍ର ଗୁରୁବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ଲୋକଭବନରେ ଭେଟିଥିଲେ।
ଏସମ୍ପର୍କରେ ଏକ୍ସରେ ପୋଷ୍ଟ କରି ରାଜ୍ୟପାଳ ଲେଖିଛନ୍ତି ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଶୈକ୍ଷିକ ଉତ୍କର୍ଷତା ଏବଂ ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ତାଙ୍କର ପ୍ରୟାସ ପାଇଁ ମୋର ଶୁଭେଚ୍ଛା ଜଣାଇଲି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା