ଦୁଇ ମାସରେ ଫାଟିଗଲା ନାନକାର ଢିହ ବଳରାମପୁର ଢଳେଇ ରାସ୍ତା
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ନାନକାର ଢିହ ବଳରାମପୁର ରାସ୍ତା ନିର୍ମାଣର ଦୁଇମାସ ମଧ୍ୟରେ ଫାଟିଯାଇଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ରାସ୍ତା
--ଦୁଇ ମାସରେ ଫାଟିଗଲା ନାନକାର ଢିହ ବଳରାମପୁର ଢଳେଇ ରାସ୍ତା ।


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ନାନକାର ଢିହ ବଳରାମପୁର ରାସ୍ତା ନିର୍ମାଣର ଦୁଇମାସ ମଧ୍ୟରେ ଫାଟିଯାଇଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ରାସ୍ତା ଜନସାଧାରଣଙ୍କ ହିତରେ ଲାଗିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଗୃହ ନିର୍ମାଣର ଅବହେଳା ଯୋଗୁ ରାସ୍ତା ନିର୍ମାଣର ଦୁଇମାସ ମଧ୍ୟରେ ରାସ୍ତାଟି ସମ୍ପୂର୍ଣ୍ଣ ଫାଟିଯାଇଛି। ସ୍ଥାନୀୟ ବାସିନ୍ଦାମାନଙ୍କ ଠାରୁ ପ୍ରକାଶ ଯେ ଠିକାଦାର ଜଣକ ଅତି ନିମ୍ନମାନର କାମ କରୁଥିବାରୁ କାମ ଚାଲୁଥିବା ସମୟରେ ସ୍ଥାନୀୟ ବାସିନ୍ଦାମାନେ ତାଙ୍କୁ ବିରୋଧ କରିଥିଲେ। ହେଲେ ବିଭାଗୀୟ ଅଧିକାରୀଙ୍କ ସାହାସରେ ଠିକାଦାର ଜଣକ ନିମ୍ନାମାନର କାମ କରୁଥିବାରୁ ତାହା ଫାଟି ଯାଇଛି। ତୁରନ୍ତ ଘଟଣାର ତଦନ୍ତ କରି ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande