ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧ୍ୟକ୍ଷା ଓ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ : ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ
ବଲାଙ୍ଗିର, ୩୦ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୬ ନମ୍ବର ୱାର୍ଡ ର ବରପାଲି ପଡା ତୃତୀୟ ଗଳି ର ରାସ୍ତା ଓ ଡ୍ରେନ୍ ମରାମତି ଓ ପୁନଃରୁଦ୍ଧାର ଅଭାବରୁ ବହୁ ଦିନରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ସଂକୀର୍ଣ୍ଣ ରାସ୍ତା ଅନ୍ୟପଟେ ମୁକୁଳା ଡ୍ରେନ୍ ଯୋଗୁଁ ଲୋକଙ୍କ ଯାତାୟାତର
ଲୋକଙ୍କ ଅଭିଯୋଗ ପରେ ବଲାଙ୍ଗୀର ମୁନିସିପାଲିଟି ଅଧ୍ୟକ୍ଷା ଓ ଅଧିକାରୀ ଲୋକଙ୍କ ପାଖରେ ପହଞ୍ଚିଲେ : ବର୍ଷା ପୂର୍ବରୁ ବରପାଲି ପଡା ତୃତୀୟ ଗଳି ରାସ୍ତା ଓ ଡ୍ରେନ କାମ ସମ୍ପୂର୍ଣ୍ଣ ହେବ


ବଲାଙ୍ଗିର, ୩୦ ଏପ୍ରିଲ୍ (ହି.ସ.)- ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୬ ନମ୍ବର ୱାର୍ଡ ର ବରପାଲି ପଡା ତୃତୀୟ ଗଳି ର ରାସ୍ତା ଓ ଡ୍ରେନ୍ ମରାମତି ଓ ପୁନଃରୁଦ୍ଧାର ଅଭାବରୁ ବହୁ ଦିନରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗୋଟିଏ ପଟେ ସଂକୀର୍ଣ୍ଣ ରାସ୍ତା ଅନ୍ୟପଟେ ମୁକୁଳା ଡ୍ରେନ୍ ଯୋଗୁଁ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି। ପୁଣି ଭଙ୍ଗାଦଦରା ପେଭର ବ୍ଲକ ରାସ୍ତା ଆଉ ଚାଲିବା ଉପଯୋଗୀ ହୋଇ ନାହିଁ। ଆଗକୁ ବର୍ଷା ଋତୁ, ରାସ୍ତା ଓ ଡ୍ରେନ ର ମରାମତି ନହେଲେ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଲୋକେ ଅଭିଯୋଗ କରିଛନ୍ତି। ୱାର୍ଡ କାଉନସିଲର ଠାରୁ ଆରମ୍ଭ କରି ବଲାଙ୍ଗୀର ମୁନିସିପାଲିଟି କର୍ତ୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବରପାଲି ପଡାବାସୀ ନିଜର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଏଥିପାଇଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଶେଷରେ ବଲାଙ୍ଗୀର ମୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଓ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉଦ୍ୟମରେ ଏହି ରାସ୍ତା ଓ ଡ୍ରେନ କାମର ପୁନରୁଦ୍ଧାର ହେବାକୁ ଯାଉଛି। ଗତକାଲି ମୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷା ସଦଳବଳେ ବରପାଲି ପଡାରେ ପହଂଚି ସ୍ଥିତିର ଅନୁଧ୍ୟାନ କରି ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତା ଓ ଡ୍ରେନ କାମ ତୁରନ୍ତ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଛନ୍ତି। ଏହି ରାସ୍ତାରେ ପୂର୍ବରୁ ହୋଇଥିବା ପେଭର ବ୍ଲକ କାମକୁ ଭାଙ୍ଗି ଏଠାରେ ପୁଣିଥରେ ନୂତନ ଭାବେ ରାସ୍ତା ନିର୍ମାଣ ହେବ ବୋଲି ନିର୍ବାହୀ ଅଧିକାରୀ ସମ୍ପୃକ୍ତ ଠିକାଦାର ଓ ଜେଇ ଙ୍କୁ କଡା ନିର୍ଦେଶ ଦେଇଛନ୍ତି। ରାସ୍ତା ଓ ଡ୍ରେନ ନିର୍ମାଣ ଦିଗରେ ବଲାଙ୍ଗୀର ମୁନିସିପାଲିଟି ତତ୍ପରତା ଦେଖାଇଥିବାରୁ ବରପାଲିପଡା ବାସୀ ବଲାଙ୍ଗୀର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଏବଂ ପୌରାଧ୍ୟକ୍ଷାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande