କୁଆପଥର ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ : ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- କୁଆପଥରଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨ ଦିନ ଅର୍ଥାତ୍ ମଇ ୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ମଇ ୨ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ରାଜ୍ୟର କେତେକ
୧ ତାରିଖ ସକାଳ ଠାରୁ ୨ ତାରିଖ ସକାଳ ସୁଦ୍ଧା କୁଆପଥରଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨ ଜିଲ୍ଲା (ମୟୂରଭଞ୍ଜ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


କୁଆପଥର ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- କୁଆପଥରଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨ ଦିନ ଅର୍ଥାତ୍ ମଇ ୨ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ମଇ ୨ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ସୁଦ୍ଧା ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

କୁଆପଥରଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୪ ଜିଲ୍ଲା(ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡ଼ା, ଗଜପତି)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ଅନ୍ୟ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଅନ୍ୟ କେତେକ ସ୍ଥାନରେ ୩୦ରୁ ୪୦ କି.ମି. ରହିପାରେ ।

ସେହିପରି ୧ ତାରିଖ ସକାଳ ଠାରୁ ୨ ତାରିଖ ସକାଳ ସୁଦ୍ଧା କୁଆପଥରଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨ ଜିଲ୍ଲା (ମୟୂରଭଞ୍ଜ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଝଡ଼, ବଜ୍ରପାତ ଓ ପବନର ସମ୍ଭାବନା ନେଇ ୨ ତାରିଖ ସକାଳ ଠାରୁ ୩ ତାରିଖ ସକାଳ ସୁଦ୍ଧା ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନୁରୂପ ଭାବେ ୩ ତାରିଖ ସକାଳ ଠାରୁ ୪ ତାରିଖ ସକାଳ ସୁଦ୍ଧା ୧୮ ଜିଲ୍ଲା, ୪ ତାରିଖ ସକାଳ ଠାରୁ ୫ ତାରିଖ ସକାଳ ସୁଦ୍ଧା ୨୧ ଜିଲ୍ଲା, ୫ ତାରିଖ ସକାଳ ଠାରୁ ୬ ତାରିଖ ସକାଳ ସୁଦ୍ଧା ୧୧ ଜିଲ୍ଲା ଏବଂ ୬ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ସୁଦ୍ଧା ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande