ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ଦାସ ଓ ବରିଷ୍ଠ ଲିପିକାର (ସ୍କ୍ରାଇବ୍) କବିତା ନାୟକଙ୍କୁ ଗୁରୁବାର ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ
ସୂଚନା ଓ ଲୋକସମ୍ପର୍କ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା


ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ଦାସ ଓ ବରିଷ୍ଠ ଲିପିକାର (ସ୍କ୍ରାଇବ୍) କବିତା ନାୟକଙ୍କୁ ଗୁରୁବାର ବିଭାଗ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଅଧ୍ୟକ୍ଷତା କରି ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଦୀର୍ଘ ସେବାଜୀବନ ଓ ବିଭାଗ ପ୍ରତି ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ। ସେ ତାଙ୍କର ବିଭାଗ ପ୍ରତି ଅତୁଟ ନିଷ୍ଠାକୁ ପ୍ରଶଂସା କରି ସେମାନଙ୍କୁ ଏକ ଆଦର୍ଶ ଭାବେ ଉଲ୍ଲେଖ କରିଥିଲେ। ସେମାନଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଅବସରଜୀବନ କାମନା କରିଥିଲେ।

ଅତିରିକ୍ତ ଶାସନ ସଚିବ ପ୍ରଣବ କୁମାର ଦାସ ଓ ଅତିରିକ୍ତ ନିର୍ଦ୍ଦେଶକ ସୁରଜିତ୍ ମିଶ୍ର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଦୀର୍ଘ ବର୍ଷର ଅନୁଭବ ଓ ବିଭାଗ ପ୍ରତି ସେମାନଙ୍କ ଅବଦାନକୁ ଉଚ୍ଚସ୍ଥାନରେ ଉଲ୍ଲେଖ କରିଥିଲେ।

ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା କର ଓ ଉପନିର୍ଦ୍ଦେଶକ ଶ୍ରୀମତୀ ଦୀପ୍ତିମୟୀ ମହାପାତ୍ର, ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଓ ଶ୍ରୀ ପଠାଣି ରାଉତ ଅବସରପ୍ରାପ୍ତ କର୍ମଚାରୀମାନଙ୍କର କାର୍ଯ୍ୟଶୈଳୀ, ଦାୟିତ୍ୱପରାୟଣତା ଓ ସମସ୍ତଙ୍କ ସହ ମଧୁର ସମ୍ପର୍କକୁ ସ୍ମରଣ କରି ସେମାନଙ୍କୁ ବିଭାଗର ଏକ ମୂଲ୍ୟବାନ ସଂପଦ ଭାବେ ଉଲ୍ଲେଖ କରିଥିଲେ। ଲୋକସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ଓ ଅଂଶୁମାନ ସାହୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

କବିତା ନାୟକ ଓ ବିଶ୍ୱଜିତ ଦାସ ସେମାନଙ୍କର ଦୀର୍ଘ ଚାକିରି ଜୀବନର ଅନୁଭବ ବଖାଣିବା ସହ ବିଭାଗର ସମସ୍ତ ଅଧିକାରୀ ଓ ସହକର୍ମୀମାନଙ୍କ ସହଯୋଗ, ସମର୍ଥନ ଓ ସ୍ନେହ ପାଇଁ ଆଭାର ଜଣାଇଥିଲେ।

ଶେଷରେ ନିର୍ଦ୍ଦେଶକ ଶ୍ରୀ ଦାସ ପଟ୍ଟନାୟକ ଓ ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande