ମହାବୀର ଯଜ୍ଞ କଳସ ଶୋଭାଯାତ୍ରା
କେନ୍ଦ୍ରାପଡ଼ା, ୩୦ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ ପିକରାଳୀ ଗ୍ରାମର କପିଶ୍ୱର ମହାବୀରଙ୍କ ଦଶମ ବାର୍ଷିକ ଯଜ୍ଞର କଳସ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ୧୦୮ ଶ୍ରଦ୍ଧାଳୁ ନିକଟସ୍ଥ ଚିତ୍ରୋତ୍ପଳା ନଦୀରୁ କଳସରେ ଜଳ ଆଣି ଶୋଭାଯାତ୍ରାରେ ଆସି ପିକରାଳୀ ହାଇସ୍କୁଲ ସମ୍ମୁଖ ପଡ଼ିଆରେ ଥିବା ମହ
ମହାବୀର ଯଜ୍ଞ କଳସ ଶୋଭାଯାତ୍ରା


କେନ୍ଦ୍ରାପଡ଼ା, ୩୦ ଏପ୍ରିଲ୍(ହି.ସ.) – ମାର୍ଶାଘାଇ ବ୍ଲକ ପିକରାଳୀ ଗ୍ରାମର କପିଶ୍ୱର ମହାବୀରଙ୍କ ଦଶମ ବାର୍ଷିକ ଯଜ୍ଞର କଳସ ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ୧୦୮ ଶ୍ରଦ୍ଧାଳୁ ନିକଟସ୍ଥ ଚିତ୍ରୋତ୍ପଳା ନଦୀରୁ କଳସରେ ଜଳ ଆଣି ଶୋଭାଯାତ୍ରାରେ ଆସି ପିକରାଳୀ ହାଇସ୍କୁଲ ସମ୍ମୁଖ ପଡ଼ିଆରେ ଥିବା ମହାବୀରଙ୍କ ମୂର୍ତି ସ୍ଥଳରେ ସ୍ଥାପନ କରିଥିଲେ। ସୂର୍ଯ୍ୟପୂଜା, ଗୋପୂଜା, କୁଣ୍ଡ ମଣ୍ଡପ ଆଦି ସଂସ୍କାର କରାଯାଇ ହୋମ ଯଜ୍ଞ ରେ ଅଗ୍ନିସ୍ଥାପନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande