ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୮.୪ ଡ଼ିଗ୍ରୀ ରେକର୍ଡ଼
ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗୁରୁବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୩୮.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ସେହିପରି ସମ୍ବଲପୁରରେ ୩୮.୦ ଡ଼ିଗ୍ରୀ, ହିରାକୁଦରେ ୩୭.୦ ଡ଼ିଗ୍ରୀ, ରାଉରକେଲାରେ ୩୬.୪ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫.୬ ଡ଼ିଗ୍ରୀ
ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବାଧିକ ୩୮.୪ ଡ଼ିଗ୍ରୀ ରେକର୍ଡ଼


ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗୁରୁବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ରାଜ୍ୟରେ ସର୍ବାଧିକ ୩୮.୪ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁରରେ ୩୮.୦ ଡ଼ିଗ୍ରୀ, ହିରାକୁଦରେ ୩୭.୦ ଡ଼ିଗ୍ରୀ, ରାଉରକେଲାରେ ୩୬.୪ ଡ଼ିଗ୍ରୀ, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୫.୬ ଡ଼ିଗ୍ରୀ ରେକର୍ଡ଼ ହୋଇଛି ।

ଅନୁରୂପ ଭାବେ କେନ୍ଦୁଝରରେ ୩୩.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୩୨.୬ ଡ଼ିଗ୍ରୀ, ପୁରୀରେ ତାପମାତ୍ରା ୩୨.୨ ଡ଼ିଗ୍ରୀ, ଗୋପାଳପୁରରେ ୩୧.୬ ଡ଼ିଗ୍ରୀ ଏବଂ ପାରାଦୀପରେ ୩୧.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୦.୨ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande