ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼଼
ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟରେ ୬୭.୪ ମି.ମି., ଚନ୍ଦୁଆରେ ୫୯.୦ ମି.
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା  ରେକର୍ଡ଼଼


ଭୁବନେଶ୍ୱର, ୩୦ ଅପ୍ରେଲ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁରରେ ସର୍ବାଧିକ ୭୩.୦ ମି.ମି. ବର୍ଷା ରେକର୍ଡ଼଼ର୍ ହୋଇଛି ।

ସେହିପରି ମୟୂରଭଞ୍ଜ ଜିଲ୍ଲାର ଜାମଶୋଳାଘାଟରେ ୬୭.୪ ମି.ମି., ଚନ୍ଦୁଆରେ ୫୯.୦ ମି.ମି., ତିରିଂରେ ୫୬.୬ ମି.ମି., ସାରସକଣାରେ ୪୭.୦ ମି.ମି., ଶୁଳିଆପଦାରେ ୪୨.୦ ମି.ମି., ବାଲେଶ୍ୱର ଜିଲ୍ଲାର ଭୋଗରାଇରେ ୪୧.୦ ମି.ମି., ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୩୬.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ୩୫.୬ ମି.ମି., ବହଳଦାରେ ୩୫.୦ ମି.ମି., ବେତନଟିରେ ୩୩.୦ ମି.ମି., ରାୟଗଡ଼ା ଜିଲ୍ଲାର ଆର ଗୁଡାରେ ୩୨.୨ ମି.ମି. ଏବଂ ମୟୂରଭଞ୍ଜ ଜିଲ୍ଲାର ବିଜାତଳାରେ ୩୨.୦ ମି.ମି.ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande