ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ଉଠାଇଲା କେନ୍ଦୁଝର ମହିଳାଙ୍କ କଙ୍କାଳ କଥା
ଭୁବନେଶ୍ୱର, 30 ଏପ୍ରିଲ (ହି.ସ.) । ଭାରତୀୟ ଗଣତନ୍ତ୍ରରେ ମହିଳା ମାନଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଦିନ ଆୟୋଜିତ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ଦଳର ବିଧାୟକ ମାନେ କେନ୍ଦୁଝରର ମହିଳାଙ୍କ କଙ୍କାଳର ପ୍ରସଙ୍ଗ ଉଠାଇବା ସହ ନାରାବାଜି କରିଥିଲେ ଓ ପରେ କକ୍ଷତ୍
ବିଧାନସଭା


ଭୁବନେଶ୍ୱର, 30 ଏପ୍ରିଲ (ହି.ସ.) । ଭାରତୀୟ ଗଣତନ୍ତ୍ରରେ ମହିଳା ମାନଙ୍କର ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଦିନ ଆୟୋଜିତ ହୋଇଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ଦଳର ବିଧାୟକ ମାନେ କେନ୍ଦୁଝରର ମହିଳାଙ୍କ କଙ୍କାଳର ପ୍ରସଙ୍ଗ ଉଠାଇବା ସହ ନାରାବାଜି କରିଥିଲେ ଓ ପରେ କକ୍ଷତ୍ୟାଗ କରିଥିଲେ । ତେବେ କିଛି ସମୟ ପରେ ସେମାନେ ପୁଣି ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ ।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ମାନେ ହାତରେ ପ୍ଲାକାର୍ଡ ଧରି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲୀପସି ସ୍ଥିତ ଓଡିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ବ୍ୟାଙ୍କ କର୍ତୃପକ୍ଷ ଟଙ୍କା ଦେବାକୁ ମନା କରିବା ପରେ ଜଣେ ବ୍ୟକ୍ତି କିପରି ତାଙ୍କର ଭଉଣୀଙ୍କ କଂକାଳକୁ ନେଇ ବ୍ୟାଙ୍କ ପହଂଚିବା ଦ୍ୱାରା ସାରା ଓଡିଶା ଲଜ୍ଜିତ ହୋଇଛି। ଏହି ଘଟଣାରେ ଗୃହରେ ସେମାନେ ନାରାବାଜି କରିଥିଲେ । ଏହି ପ୍ରସଙ୍ଗକୁ ନେଇ ସେମାନେ ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରି ଗୃହରେ ହୋ ହାଲ୍ଲା କରିଥିବା ଦେଖିବାକୁ ମିଳିଥିଲା l ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ରଖୁଥିବା ସମୟରେ ସେମାନେ ହଟ୍ଟଗୋଳ କରିଥିଲେ । ଏହା ପରେ ସେମାନେ ଏହି ସମାନ ପ୍ରସଙ୍ଗରେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା ।

-------------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande