ଫୁଲବାଣୀ ପୌର ପରିଷଦ ପକ୍ଷରୁ ଶହେ ଫୁଟର ଜାତୀୟ ପତାକା ଉଦ୍ଘାଟନ
କନ୍ଧମାଳ, ୩୦ ଏପ୍ରିଲ୍ (ହି.ସ.)- ଫୁଲବାଣୀ ସହରର ଗୋପବନ୍ଧୁ ଛକ ଠାରେ ପୌର ପରିଷଦ ତରଫରୁ ଏକ ୧୦୦ ଫୁଟ ବିଶିଷ୍ଟ ଜାତୀୟ ପତାକାକୁ ଗତକାଲି ସନ୍ଧ୍ଯାରେ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ତ
ଫୋଟ ୨


ଫୋଟ


କନ୍ଧମାଳ, ୩୦ ଏପ୍ରିଲ୍ (ହି.ସ.)- ଫୁଲବାଣୀ ସହରର ଗୋପବନ୍ଧୁ ଛକ ଠାରେ ପୌର ପରିଷଦ ତରଫରୁ ଏକ ୧୦୦ ଫୁଟ ବିଶିଷ୍ଟ ଜାତୀୟ ପତାକାକୁ ଗତକାଲି ସନ୍ଧ୍ଯାରେ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସରରେ ତାଙ୍କ ସହିତ ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବଣୁଆ, ଫୁଲବାଣୀ ପୌରପରିସଦ ଅଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା, ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ସମସ୍ତ ୧୩ଟି ୱାର୍ଡ ର କାଉନସିଲର ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।

ଏହାପରେ ଫୁଲବାଣୀ ଷ୍ଟାଡିୟମ୍ ନିକଟରେ ହେବାକୁ ଥିବା ପୌରପରିଷଦର ନୂତନ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା l ସେହିପରି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲିକଙ୍କ ଦ୍ଵାରା ବର୍ତ୍ତମାନ ପୌର ପରିଷଦ କାର୍ଯ୍ୟାଳୟରେ ଏକ ନୂତନ ସମ୍ମିଳନୀ କକ୍ଷ ମଧ୍ୟ ଉଦ୍ଘାଟନ ହୋଇଯାଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande