
ଭୁବନେଶ୍ୱର, ୩୦ ଏପ୍ରିଲ (ହି.ସ.)- ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଅତ୍ୟଧିକ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ସମ୍ବଲପୁରରୁ ଛାଡ଼ୁଥିବା ଅନେକ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି।
ଭୁବନେଶ୍ୱର- କେଏସଆର ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୬୩) - : ଏହି ଟ୍ରେନରେ ୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।
ବେଙ୍ଗାଲୁରୁ- ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୬୪) - : ଏଥିରେ ୨ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ଯୋଡ଼ାଯିବ।
ଭୁବନେଶ୍ୱର- ଆନନ୍ଦ ବିହାର ଟର୍ମିନାଲ ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୧୯) - : ଏହି ଟ୍ରେନରେ ୩ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।
ଆନନ୍ଦ ବିହାର ଟର୍ମିନାଲ -ଭୁବନେଶ୍ୱର ଓଡ଼ିଶା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୨୦) - : ଏଥିରେ ୫ ମଇରୁ ୨ ଜୁନ୍ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।
ଭୁବନେଶ୍ୱର-ତିରୁପତି ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୨୮୭୯): ୨ ମଇରୁ ୩୦ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସହିତ ଚାଲିବ।
ତିରୁପତି-ଭୁବନେଶ୍ୱର ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୨୮୮୦): ୩ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୩୦୧/୧୮୩୦୨): ୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଏସି ଚେୟାର କାର୍ କୋଚ୍ ସହିତ ଚାଲିବ। ସମ୍ବଲପୁର- ଶାଲିମାର ମହିମା ଗୋସାଇଁ ଏକ୍ସପ୍ରେସ (ଟ୍ରେନ୍ ନଂ. ୨୦୮୩୨) - : ୩ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏଥିରେ ଏକ ଅତିରିକ୍ତ ସ୍ଲିପର କୋଚ୍ ସଂଯୋଗ କରାଯିବ। ଶାଲିମାର-ସମ୍ବଲପୁର (ଟ୍ରେନ୍ ନଂ. ୨୦୮୩୧): ୪ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ଏକ ଅତିରିକ୍ତ ସ୍ଲିପର କୋଚ୍ ସହିତ ଚାଲିବ।
ଭୁବନେଶ୍ୱର-ପୁରୁଣାକଟକ ଇଂଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୨୮୯୩): ୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ସଂଯୋଗ କରାଯିବ। ସେହିପରି ପୁରୁଣାକଟକ-ଭୁବନେଶ୍ୱର (ଟ୍ରେନ୍ ନଂ. ୧୨୮୯୪) ରେ ୨ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ଦୁଇଟି ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ସହିତ ଚଳାଚଳ କରିବ।
ଭୁବନେଶ୍ୱର- ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୪୭) - : ୧ ମଇରୁ ୧୨ ମଇ ଏବଂ ୧୪ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ। ସେହିପରି ଜଗଦଲପୁର-ଭୁବନେଶ୍ୱର (ଟ୍ରେନ୍ ନଂ. ୧୮୪୪୮) ରେ ୨ ମଇରୁ ୧୩ ମଇ ଏବଂ ୧୫ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ଏକ ଅତିରିକ୍ତ ଥାର୍ଡ ଏସି କୋଚ୍ ସଂଯୋଗ କରାଯିବ।
ପୁରୀ-ଗୁଣୁପୁର ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୧୭): ୧ ମଇରୁ ୩୧ ମଇ ପର୍ଯ୍ୟନ୍ତ ଏକ ଅତିରିକ୍ତ ଦ୍ୱିତୀୟ ଶ୍ରେଣୀ ଏସି-ଚେୟାର କାର୍ ସଂଯୋଗ କରାଯିବ। ସେହିପରି ଗୁଣୁପୁର-ପୁରୀ ଏକ୍ସପ୍ରେସ (ଟ୍ରେନ୍ ନଂ. ୧୮୪୧୮) ୨ ମଇରୁ ୧ ଜୁନ୍ ପର୍ଯ୍ୟନ୍ତ ଅତିରିକ୍ତ ଏସି-ଚେୟାର କାର୍ ସହିତ ଚଳାଚଳ କରିବ।
ଏହି ଅସ୍ଥାୟୀ କୋଚ୍ ସଂଯୋଗ ଦ୍ୱାରା ଟ୍ରେନର ଯାତ୍ରୀ ଧାରଣ କ୍ଷମତା ବୃଦ୍ଧି ପାଇବ ଏବଂ ଗ୍ରୀଷ୍ମକାଳୀନ ଭ୍ରମଣ ସମୟରେ ଅପେକ୍ଷାରତ ଯାତ୍ରୀଙ୍କ ଟିକେଟ୍ କନଫର୍ମ ହେବାର ସୁଯୋଗ ବୃଦ୍ଧି ପାଇବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା