ଆଚାର୍ଯ୍ୟ ପ୍ରଶିକ୍ଷଣ କାର୍ଯ୍ୟଶାଳା ଅନୁଷ୍ଠିତ
ଜୟପୁର, ୩୦ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର,ଜୟପୁରଠାରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ( ଆଧାର ସ୍ତର ଠାରୁ ମଧ୍ୟସ୍ତର ପର୍ଯ୍ୟନ୍ତ) ସଂକୁଳ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍
ଆଚାର୍ଯ୍ୟ ପ୍ରଶିକ୍ଷଣ କାର୍ଯ୍ୟଶାଳା ଅନୁଷ୍ଠିତ


ଜୟପୁର, ୩୦ ଏପ୍ରିଲ୍ (ହି.ସ.)- କୋରାପୁଟ ଜିଲ୍ଲାସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର,ଜୟପୁରଠାରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ( ଆଧାର ସ୍ତର ଠାରୁ ମଧ୍ୟସ୍ତର ପର୍ଯ୍ୟନ୍ତ) ସଂକୁଳ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଯଦୁମଣି ନାଏକ, ଉପଜିଲ୍ଲାପାଳ, ଜୟପୁର ଉପସ୍ଥିତ ରହି ସମସ୍ତ ଗୁରୁଜୀ ଗୁରୁମାଙ୍କୁ ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷଣ କାର୍ଯ୍ୟକୁ ତରାନ୍ବିତ କରିବା ନିମନ୍ତେ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟଶାଳା ଅପ୍ରେଲ ୨୭ ସନ୍ଧ୍ୟାରୁ ଅପ୍ରେଲ ୩୦ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା ।

ଉଦ୍-ଯାପନୀ ଉତ୍ସବରେ ଦୁର୍ଗା ମାଧବ ଦାଶ, ଜୀବବିଜ୍ଞାନ ଅଧ୍ୟାପକ, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ, କୁନ୍ଦୁରା, କୋରାପୁଟ, ଉପସ୍ଥିତ ରହି ଗୁରୁଜୀ ଗୁରୁମାଙ୍କୁ ଉତ୍ସାହିତ କରିଥିଲେ । ଜୟପୁର ସଂକୁଳ ଅଧୀନରେ ଥିବା ୯ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ମୋଟ ୧୩୨ଜଣ ଗୁରୁଜୀ ଗୁରୁମା କାର୍ଯ୍ୟଶାଳାରେ ଉପସ୍ଥିତ ଥିଲେ । ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ଏବଂ ସଦସ୍ୟାଙ୍କ ସମେତ ୮ଜଣ ସେବକ ସେବିକା ଉପସ୍ଥିତ ରହି କାର୍ଯ୍ୟଶାଳାକୁ ସଫଳ କରିବା ଦିଗରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande