
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳର ୨୧ଗୋଟି ୱାର୍ଡ଼ରେ ଅଧିକାଂଶ ଯାଗାରେ ମୁଖ୍ୟ ରାସ୍ତା ଉପରେ ବାଲି, ଗୋଡ଼ି, ମାଟି, ରଡ଼୍ ପକାଇବା ଫଳରେ ଗ୍ରାମବାସୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ୯ନମ୍ବର ୱାର୍ଡ଼ର ଗ୍ରାମର ଦୁଇପାଶ୍ୱର୍ରେ ଡ୍ରେନ୍ ଉପରେ ଇଟା, ଗୋଡ଼ି, ବାଲି, ସିମେଂଟ, ରଡ୍ ଏବଂ କେତେକ ଜାଗାରେ ଚଉରା ନିର୍ମାଣ କରିଥିବାରୁ ଯାତାୟତରେ ଅସୁବିଧା ହେବା ସହ ଡ୍ରେନ୍ ଦୀର୍ଘଦିନ ହେଲା ସଫା ହୋଇପାରୁନି। ଫଳରେ ସାମାନ୍ୟ ବର୍ଷା ହେଲେ ଦୁର୍ଗନ୍ଧ ହେଉଛି। ଏଥିସହିତ ଗ୍ରାମ ଭିତରେ ଥିବା ଜଳ ଯୋଗାଣ ପାଇପ୍କୁ କାଟି ବେଆଇନ୍ ଭାବେ ସଂଯୋଗ କରି ମଟର ଚଳାଇ ପାଣି ନେଉଥିବାରୁ ଅନ୍ୟ ବ୍ୟକ୍ତିମାନେ ପାନୀୟ ଜଳ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଡ୍ରେନ୍ ଉପରେ ରଖାଯାଇଥିବା ଜିନିଷପତ୍ରକୁ ଉଠାଇବା ସହ ବେଆଇନ୍ ପାଇପ୍ କନେକ୍ସନକୁ କାଟି ଡ୍ରେନ୍ ସଫା କରିବା ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି