୫୫ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ
ବଲାଙ୍ଗିର, ୩୦ ଏପ୍ରିଲ୍ (ହି.ସ.)- “ହାତେକ୍ ରୁ ଦୁଇ ହାତ” ଶବ୍ଦକୁ ଭୁଲ ପ୍ରମାଣିତ କରିଥିବା ଜଣେ ୫୫ ବର୍ଷୀୟା ବୁଢ଼ୀ ମା’ଙ୍କ କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଯବାନ ବୋହୂ ଅଜଣା ରୋଗରେ ଆରପାରିକୁ ଚାଲି ଯାଇଥିଲା ହେଲେ କୋଳରେ ଜନ୍ମ ଦେଇଥିବା ଦୁଇ ଶିଶୁ କନ
୫୫ ବୟସରେ ବୁଢୀମା ପିଠିରେ ଦୁଇ ନାତୁଣୀଙ୍କ ବୋଝ


ବଲାଙ୍ଗିର, ୩୦ ଏପ୍ରିଲ୍ (ହି.ସ.)- “ହାତେକ୍ ରୁ ଦୁଇ ହାତ” ଶବ୍ଦକୁ ଭୁଲ ପ୍ରମାଣିତ କରିଥିବା ଜଣେ ୫୫ ବର୍ଷୀୟା ବୁଢ଼ୀ ମା’ଙ୍କ କାନ୍ଧରେ ଦୁଇ ନାତୁଣୀଙ୍କ ବୋଝ ଏବେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଯବାନ ବୋହୂ ଅଜଣା ରୋଗରେ ଆରପାରିକୁ ଚାଲି ଯାଇଥିଲା ହେଲେ କୋଳରେ ଜନ୍ମ ଦେଇଥିବା ଦୁଇ ଶିଶୁ କନ୍ୟା ଅନିଶ୍ଚିତ ଜୀବନ ନେଇ ରହିଗଲେ । ସ୍ତ୍ରୀ ମୃତ୍ୟୁ ପରେ ବାପା ମଧ୍ୟ ଶିଶୁ କନ୍ୟା ମାନଙ୍କୁ ପର କରିଦେଲା । ଶିଶୁ ମାନଙ୍କ ପାଇଁ ପିତୃତ୍ଵ ମଧ୍ୟ କଠୋର ହୋଇଗଲା । ମୁରିବାହାଲ ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ପାତଲପଡ଼ା ଗାଁ । ଖଟିଲେ ଖାଇବା ସ୍ଥିତି ଥାଇ ମଧ୍ୟ ଗାଁରେ ରହିଥିବା ମଣିଷ ମାନଙ୍କ ହାତରେ ରୋଜଗାର ନାହିଁ । ବର୍ଷାରେ କିଛି ଶସ୍ୟ ଉତ୍ପାଦନ କରି ଜୀବନ ଧାରଣ କରିଥାନ୍ତି । ତାହା ବି ଏବେ କମି କମି ଆସୁଛି । ତିରୁପତି ଦାଦନ ଖଟିବାକୁ ଯାଉଥିବା ସାମାନ୍ୟ ରୋଜଗାର ପନ୍ଥା ବାହାର କରୁଥିବା ବେଳେ ଏବେ ଦାଦନ କଟକଣା ଜୀବନ ଧାରଣ ପନ୍ଥା ପ୍ରତି ଗତିରୋଧ କରିସାରିଲାଣି । ସେଭଳି ଟେଙ୍ଗେରା ଗାଁର ତିର୍ଥ ପରାଭୋଇ ଓ ବୁଧବାରି ପରାଭୋଇଙ୍କ ଝିଅ ଜନନୀ ପରାଭୋଇ ସାଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଭାଗ୍ୟରେ ଦୁଇ ଝିଅ ନିତୁ ଓ ଶିବାନୀ । ବଡ଼ ଝିଅକୁ ୫ ବର୍ଷ ଓ ସାନ ଝିଅକୁ ୨ ବର୍ଷ ହୋଇଥିବା ବେଳେ ମାଆ ଜନନୀ ଅଜଣା ରୋଗରେ ଆରପାରିକୁ ଚାଲିଗଲେ । ମାଆଙ୍କ ଚାଲିଯିବାର ଶୂନ୍ୟତା ଶିଶୁମାନେ ଭୋଗୁଥିବା ବେଳେ ବାପା ମେଘୁ ମଧ୍ୟ ସେମାନଙ୍କ ପାଇଁ ଦରଦ ହୀନ ହୋଇଗଲା । ଦାଦନ ଖଟିବାକୁ ଯାଇ ତିରୁପତିରେ ରହିଯାଇଛି।କେତେବେଳେ କେମିତି ଘରକୁ ଆସି ଶିଶୁ ମାନଙ୍କ ଯତ୍ନ କରୁ ନଥିବା କଥା ପଡା ଲୋକେ ବୟାନ କରନ୍ତି । ଏଭଳି ସ୍ଥିତିରେ ବୁଢୀମା ପଦୁତୁଲା ପରାଭୋଇ ଦୁଇ ଶିଶୁ କନ୍ୟାଙ୍କୁ କୋଳେଇ ନେଇ ନିଜର ଅଭାବ ସତ୍ତ୍ୱେ ଦୁଇ ଓଳିର ଖାଦ୍ୟ ଓ ସେବା ଯତ୍ନ ମୁଣ୍ଡେଇଲା । ଏବେ ବଡ଼ଝିଅ ଅଞ୍ଜଳିର ବୟସ ୫ ଥିବା ବେଳେ ପାତଲପଡା ବିଦ୍ୟାଳୟର ଶିଶୁ ବାଟିକାରେ ପାଠ ପଢୁଥିବା ଜଣାପଡ଼ିଛି । ସାନ ଝିଅର ବୟସ ଏବେ ୨ ବର୍ଷ । ଦୁଇ ଝିଅଙ୍କ ପାଇଁ ପଡି ଚାଉଳ ମିଳୁ ନ ଥିବା ବେଳେ ବୁଢ଼ୀ ମାଆ ପଦୁତୁଲା ପରାଭୋଇଙ୍କ ପାଇଁ ଜୀବନ ଧାରଣ ଅନେକ କଷ୍ଟ ଦେଉଥିବା ପ୍ରକାଶ କରିଥିଲେ । ଦୁଇ ମାଆ ଛେଉଣ୍ଡ ଅନାଥିନି ମାନଙ୍କ ପାଇଁ ସରକାରୀ ସହାୟତା ସହିତ ଖାଦ୍ୟ ସୁରକ୍ଷାକୁ ସ୍ଵାଭାବିକ କରିବା ପାଇଁ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande