ୱାଚ୍ ଆଣ୍ଡ ୱାର୍ଡ଼ ହାଉସ୍କିପିଙ୍ଗ ସେବା ସଂଘର ବୈଠକ
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଶ୍ରୀ ଜଗନ୍ନାଥ ୱାଚ୍ ଆଣ୍ଡ ୱାର୍ଡ଼ ହାଉସ୍କିପିଙ୍ଗ ସେବା ସଂଘର ଏକ ସମ୍ମିଳନୀ ସଭାପତି ପବିତ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉପସଭାପତି ପବିତ୍ର କୁମାର ସାହୁ, ସମ୍ପାଦିକା ମିନତୀ ବିଶ୍ୱାଳ, ସହ ସମ୍ପାଦକ ଅଧ
ୱାଚ୍ ଆଣ୍ଡ ୱାର୍ଡ ହାଉସ୍କିପିଙ୍ଗ ସେବା ସଂଘର ବୈଠକ ।


କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଶ୍ରୀ ଜଗନ୍ନାଥ ୱାଚ୍ ଆଣ୍ଡ ୱାର୍ଡ଼ ହାଉସ୍କିପିଙ୍ଗ ସେବା ସଂଘର ଏକ ସମ୍ମିଳନୀ ସଭାପତି ପବିତ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଉପସଭାପତି ପବିତ୍ର କୁମାର ସାହୁ, ସମ୍ପାଦିକା ମିନତୀ ବିଶ୍ୱାଳ, ସହ ସମ୍ପାଦକ ଅଧୀର ମହାପାତ୍ର, କୋଷାଧ୍ୟକ୍ଷ ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଚାରୀମାନଙ୍କର ସିଧାସଳଖ ଭାବେ ସେମାନଙ୍କ ଆକାଉଂଟକୁ ଦରମା ପଠାଇବା ବ୍ୟବସ୍ଥା କରାଯିବା, ଏଥିସହିତ ମହିଳା ପୁରୁଷ କର୍ମଚାରୀମାନଙ୍କୁ ପରିବାର ପ୍ରତିପୋଷଣ, ଭବିଷ୍ୟତ ପାଇଁ ସ୍ଥାୟୀ ନିଯୁକ୍ତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଝରଣା ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀର ଶେଷରେ ଚିନ୍ମୟୀ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande