ଜିଲ୍ଲାସ୍ତରୀୟ ହାକାଥନ୍ ଓଡ଼ିଆ ପ୍ରେନର୍
ସମ୍ବଲପୁର, ୩୦ ଏପ୍ରିଲ୍(ହି.ସ.) – ଆଜି ଧମାସ୍ଥିତ ମା’ ଝାଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତୃତୀୟ ଜିଲ୍ଲାସ୍ତରୀୟ ସ୍ମାର୍ଟ ହାକାଥନ୍ ପ୍ରତିଯୋଗିତା ଓଡ଼ିଆପ୍ରେନର୍’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏଡ଼ିଇଓ ସତ୍ୟବ୍ରତ ସାହୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟ
ଜିଲ୍ଲାସ୍ତରୀୟ ହାକାଥନ୍  ଓଡ଼ିଆ ପ୍ରେନର୍


ଜିଲ୍ଲାସ୍ତରୀୟ ହାକାଥନ୍  ଓଡ଼ିଆ ପ୍ରେନର୍


ଜିଲ୍ଲାସ୍ତରୀୟ ହାକାଥନ୍  ଓଡ଼ିଆ ପ୍ରେନର୍


ସମ୍ବଲପୁର, ୩୦ ଏପ୍ରିଲ୍(ହି.ସ.) – ଆଜି ଧମାସ୍ଥିତ ମା’ ଝାଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତୃତୀୟ ଜିଲ୍ଲାସ୍ତରୀୟ ସ୍ମାର୍ଟ ହାକାଥନ୍ ପ୍ରତିଯୋଗିତା ଓଡ଼ିଆପ୍ରେନର୍’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଏଡ଼ିଇଓ ସତ୍ୟବ୍ରତ ସାହୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ମାନେଶ୍ୱର ବିଇଓ ଲୋକିତା ଦାଶ, ଧନକଉଡା ବିଇଓ କରଣ ଶର୍ମା, ଠେମରା ପିଏଚ୍ସି ଡାକ୍ତର ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆଇଆଇଟି ଭୁବନେଶ୍ୱର, ୟୁନିସେଫ୍, ଷ୍ଟାର, ରାଜ୍ୟ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସହଯୋଗରେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ହାକାଥନରେ ୯ଟି ବ୍ଲକର ପ୍ରକଳ୍ପଗୁଡ଼ିକ ବିପର୍ଯ୍ୟୟ ପରିଚାଳନା, ସାଇବର୍ ସିକ୍ୟୁରିଟି, ସ୍ୱାସ୍ଥ୍ୟର ଯତ୍ନ, ଆବର୍ଜନା ପରିଚାଳନା, କୃଷି ଓ ଗ୍ରାମ୍ୟ ବିକାଶ, ବିକଳ୍ପ ଶକ୍ତି ଆଦି ବିଜ୍ଞାନ ଓ ବୈଷୟିକ ଶିକ୍ଷା ଦୈନନ୍ଦିନ ଜୀବନର ସମସ୍ୟାର ସମାଧାନ ଉପରେ ପର୍ଯ୍ୟବେଷିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମା’ ଝାଡ଼େଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ପୁରୋହିତ ଅଧ୍ୟକ୍ଷତା କରିଥିଲେ। ସଭାରେ ଡ଼ିଇଓ ଲକ୍ଷ୍ମଣ ଭୋଇ ମୁଖ୍ୟଅତିଥି, ମାନେଶ୍ୱର ବିଇଓ ଲୋକିତା ଦାଶ, ଠେମରା ପିଏଚ୍ସିର ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଆଶୁତୋଷ ପ୍ରଧାନ ପ୍ରଥମ, ଆୟୁଷୀ ମଣ୍ଡଳ, ପ୍ରତୀକ୍ଷା ମହାପାତ୍ର ଓ ପ୍ରତ୍ୟାଶା ଦେହୁରୀ ଦ୍ୱିତୀୟ, ଅମନ ଡନସନା ଏବଂ ୟତିକା ଶର୍ମା ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରି ରାଜ୍ୟସ୍ତରୀୟ ହାକାଥନରେ ଅଂଶଗ୍ରହଣ କରିବାକୁ ମନୋନୀତ ହେଇଥିଲେ। ପ୍ରଥମ ସ୍ଥାନ ଲାଭ କରିଥିବା ପ୍ରତିଯୋଗୀଙ୍କୁ ୨୦ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୧୫ ହଜାର ଓ ତୃତୀୟ ସ୍ଥାନ ହାସଲକାରୀଙ୍କୁ ୧୦ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଶିକ୍ଷକ ଅସୀମ ପ୍ରଧାନ ଓ ସଂଧ୍ୟାରାଣୀ ପୃଷ୍ଟି ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ହାକାଥନକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥସାରଥୀ ପ୍ରଧାନ ଓ ସମଗ୍ର ଶିକ୍ଷା ସଂଯୋଜକ ପୁରୁଷୋତମ ପ୍ରହରାଜ ପରିଚାଳନା କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande