
କେନ୍ଦ୍ରାପଡ଼ା, ୨୯ ଏପ୍ରିଲ୍(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ସଦର ଅଂଚଳରେ କାର୍ଯ୍ୟ କରୁଥିବା ଆର୍ଆଇଙ୍କ ବିରୁଦ୍ଧରେ ଜିଲ୍ଲାପାଳ ରଘୁରାମ୍. ଆର୍.ଆଇ.ଆର୍ ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବିନ୍ଦ୍ର କୁମାର ମଲ୍ଲିକଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ ସଦର ଆର୍.ଆଇ. ଦୀର୍ଘଦିନ ହେଲା ଏଠାରେ ରହି ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଜନସାଧାରଣଙ୍କ ସହିତ ବାଲି ମାଫିଆ ମାଟି ମାଫିଆ ଓ ସରକାରୀ ଜାଗାରୁ ବେଆଇନ୍ ଭାବେ ମାଟି ଉଠାଇବା ପାଇଁ ଲାଂଚ ନେଉଥିବା ଅଭିଯୋଗ ହୋଇଛି। ଏଥିସହିତ ଜମି କିସମ ପରିବର୍ତନ, ଘରବାଡ଼ି ରିପୋର୍ଟ ବାବଦରେ ଟଙ୍କା ଦାବି କରୁଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଅଂଚଳର ବାସିନ୍ଦା ପ୍ରଫୁଲ୍ଲ କୁମାର ଜେନା, ଆରତୀ ସେଠୀ, ପିତାମ୍ବର ମଲ୍ଲ, ମୁରଲୀ ସେଠୀ ପ୍ରମୁଖ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି